ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ଗ୍ରହଣ କରିବେ ଓଡ଼ିଶାର ଭୂମିପୁତ୍ର
1 min readଶେଷ ପର୍ଯ୍ୟାୟ ପାଖେଇ ପାଖେଇ ଆସିଲାଣି | ଏଥିମଧ୍ୟରେ ସମସ୍ତେ ପ୍ରଚାର ପ୍ରସାର ଜୋରସୋର ରେ ଲାଗିଛନ୍ତି | ତେବେ ପୁଣି ଓଡିଶାବାସୀଙ୍କ ମନରେ ପ୍ରଶ୍ନ ଏଥର କିଏ ହେବ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ | ଅନ୍ୟପଟେ, ଆଗୁଆ ଭବିଷ୍ୟବାଣୀ କରିଦେଲେ ୫ଟି ଚେୟାରମ୍ୟାନ ଭିକେ ପାଣ୍ଡିଆନ | ଗଣମାଧ୍ୟମ ସାମ୍ନାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ସମୟ ସହ ଭୂମିପୁତ୍ର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲେ ପାଣ୍ଡିଆନ |
5T ଚେୟାରମ୍ୟାନ୍ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ୍ କହିଛନ୍ତି ଯେ “ମୁଁ ଭାବୁଛି ୯ ଜୁନ୍ ରେ ‘ଭୁମିପୁତ୍ର’ ଦାୟିତ୍ୱ ଗ୍ରହଣ କରିବ। ଯିଏ କେବଳ ଓଡିଆ କଥା ନୁହେଁ ବରଂ ଓଡିଶାବାସୀଙ୍କ ହୃଦୟରେ ବାସ କରନ୍ତି ସେ ମୁଖ୍ୟମନ୍ତ୍ରୀ ହେବେ। ସକାଳ ୧୧:୩0 ରୁ ୧ଟା ପର୍ଯ୍ୟନ୍ତ ମାଟିର ପୁଅ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ ” ବୋଲି ପାଣ୍ଡିଆନ ଗଣମାଧ୍ୟମରେ କହିଥିଲେ |