Pratidin TV

Odisha's Digital News Platform

ରାଜଧାନୀ ବାସିଙ୍କୁ ଲୁଟିଲେ ଅଣଓଡିଆ , ଦଳରେ ରଙ୍ଗ ଦେଇ କହିଲେ ଫରେନ୍ ଫୁଲ

ରାଜଧାନୀରେ ନକଲି ଔଷଧ ବେପାର ପରେ ଏବେ ମାତିଛନ୍ତି ନକଲି ଫୁଲ ଗଛ ବେପାରି । ଆଜ୍ଞା ହଁ ପୋଖରୀରେ ଫୁଟୁଥିବା ଦଳକୁ ଆଣି ତାର ପତ୍ର କାଟିଦେଇ ରଙ୍ଗ ବୋଳି କହୁଛନ୍ତି ଫରେନ୍ ଫୁଲ୍ । ୨୦ ଟଙ୍କାରେ ନିଅନ୍ତୁ ମାତ୍ର ୨୫ ଦିନରେ ଫୁଟିବ ଏଭଳି ଫୁଲ । ଯେମିତିକି ଆମ ଓଡିଆ ଲୋକ ସାଧାରଣତଃ ଭାରି ସରଳ ବିଶ୍ୱାସୀ ତାଙ୍କୁ ବୋକାବନାଇବା ତ ବେଶ୍ ସହଜ । ଏହାର ଫାଇଦା ଉଠାଇ ରାଜଧାନୀରେ ମାତିଛନ୍ତି କିଛି ଅଣଓଡିଆ ବେପାରୀ । ସୂଚନାରୁ ଜଣାପଡିଛି ଯେ ଏମାନେ ମହାରାଷ୍ଟ୍ରରୁ ଆସି ରାଜଧାନୀ ଭୁବନେଶ୍ୱରରେ ଏଭଳି ଦଳକୁ କାଟି ରଙ୍ଗ ମାରି ଲୋକଙ୍କୁ ବୋକା ବନାଉଛନ୍ତି । ଭୁବନେଶ୍ୱର କଳ୍ପନାର ଅନେକ ସ୍ଥାନରେ ଏହି ବେପାରୀମାନେ ଦେଖାଦେଇଛନ୍ତି । ଆପଣମାନେ କିଣିନାହାନ୍ତି ତ ଏପରି ଫୁଲ ଗଛ । ଦେଖନ୍ତୁ ଆମର ଏହି ଭିଡିଓରେ ।

Leave a Reply

Your email address will not be published. Required fields are marked *