ଆସୁଛନ୍ତି ରାଷ୍ଟ୍ରପତି : ଆସନ୍ତାକାଲି ରାଜଧାନୀରେ ବନ୍ଦ ରହିବ ସମସ୍ତ ସରକାରୀ ଅଫିସ ସହ ସ୍କୁଲ/କଲେଜ୍
1 min readଭୁବନେଶ୍ୱର : ଓଡିଶା ଗସ୍ତରେ ଆସୁଛନ୍ତି ଭାରତର ଦ୍ୱିତୀୟ ମହିଳା ରାଷ୍ଟ୍ରପଡି ଦୈାପଦୀ ମୁର୍ମୁ । ମିଳୁଥିବା ସୂଚନା ଅନ୍ୟୁାୟୀ ରାଷ୍ଟ୍ରପତି ନଭେମ୍ବର ୧୦ ରେ ପୁରୀ ଗସ୍ତରେ ଆସିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତାକାଲି ପୂର୍ବାହ୍ନରେ ଭୁବନେଶ୍ୱରରେ ପହଂଚିବେ ।
ରାଷ୍ଟ୍ରପତି ହେବା ପରେ ଆସନ୍ତାକାଲି ପ୍ରଥମଥର ପାଇଁ ନିଜ ଗୃହ ରାଜ୍ୟକୁ ଆସୁଥିବା ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମାନରେ ରାଜ୍ୟ ସରକାର ସମଗ୍ର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଅଧା ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ଆସନ୍ତାକାଲି ଅପରାହ୍ନ ୧ଟାରୁ ହେବ । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ସରକାରୀ ଅଫିସ, ସରକାରୀ ଓ ବେସରକାରୀ(ସ୍କୁଲ, କଲେଜ) ଶିକ୍ଷାନୁଷ୍ଠାନ ବନ୍ଦ ରହିବ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଗୃହ ରାଜ୍ୟକୁ ପ୍ରଥମ ଗସ୍ତ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଆଜି ଏହି ଛୁଟି ନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆସନ୍ତାକାଲି ପ୍ରାୟ ଦିନ ୧୨ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ । ଏହାପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ । ଦର୍ଶନ ଶେଷ ହେବା ପରେ ପୁରୀ ରାଜଭବନକୁ ଯାଇ ସେଠାରେ ମହାପ୍ରସାଦ ସେବନ କରିବେ।
ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ଭୁବନେଶ୍ୱରରେ ୩୪ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ ପୁଲିସ ଏସଆଇ ଓ ଏଏସଆଇ, ୬୨ଜଣ ଏସିପି, ୨୨ଜଣ ଅତିରିକ୍ତ ଡିସିପି ଓ ୪ଜଣ ଡିସିପି ର୍ୟାଙ୍କ ଅଫିସର ନିୟୋଜିତ ହୋଇଛନ୍ତି।