Pratidin TV

Odisha's Digital News Platform

ବଦଳିବ ଭୁବନେଶ୍ବର ବିମାନ ବନ୍ଦରର ରୂପରେଖ , ନିର୍ମାଣ ହେବ ନୂଆ ଟର୍ମିନାଲ ।

1 min read

ବଦଳିବ ଭୁବନେଶ୍ବର ବିମାନ ବନ୍ଦରର ରୂପରେଖ । ଭୁବନେଶ୍ବରରେ ହେବ ନୂଆ ଟର୍ମିନାଲ । ପୁରୁଣା ଟର୍ମିନାଲ ପାଖରେ ତିଆରି ହେବ ନୂଆ ଟର୍ମିନାଲ ହେବ । ଭୁବନେଶ୍ବର ବିମାନ ବନ୍ଦରରେ ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।

ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ନିର୍ମାଣ ଯୋଜନା, ଖୁବଶୀଘ୍ର ହେବ ରନୱେ କ୍ୟାଟ୍ ଟୁ ଲାଇଟ୍ । ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲର କ୍ଷମତା ୪୦ ଲକ୍ଷ ଥିବା ବେଳେ ଏହାକୁ ଆହଚରି ବୃଦ୍ଧି କରାଯାଇ ୮୦ ଲକ୍ଷ କରିବା ପାଇଁ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisement

ଏବେ ଭୁବନେଶ୍ବରରୁ ୨୦ଟି ସହରକୁ ବିମାନ ଯାଉଛି । ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ବିମାନ ଯାଉଛି । ଅନ୍ୟ ସ୍ଥାନକୁ ଉଡ଼ାଣ ପାଇଁ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *