Pratidin TV

Odisha's Digital News Platform

ଭୁବନେଶ୍ୱର AIIMS ରେ ଆରମ୍ଭ ହେଲା ଡ୍ରୋନ ସେବା ; ଜରୁରୀ ସମୟରେ ପଠାଯିବ ରକ୍ତ ଓ ଔଷଧ

1 min read

ଭୁବନେଶ୍ୱର ; ଓଡିଶାରେ ପ୍ରଥମ ଥର ମେଡିକାଲ ସେବାରେ ଲାଗିଲା ଡ୍ରୋନ । ଏଣିକି ଜରୁରୀକାଳିନ ପରିସ୍ଥିତିରେ ଡ୍ରୋନ ପହଞ୍ଚାଇବ ଔଷଧ ଓ ରକ୍ତ । ଆଜି ଭୁବନେଶ୍ୱର ଏମସ ପରିସରରେ ଡ୍ରୋନର ଟ୍ରାଏଲ ରନ୍ କରାଯାଇଛି ।

ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅପହଞ୍ଚ ଜାଗାରେ ରୋଗୀଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଅତି ଜରୁରୀ ସମୟରେ ବ୍ଲଡ, ମେଡିସିନ ଆଦି ମଧ୍ୟ ପଠାଇବାକୁ ବ୍ୟବସ୍ଥା କରାଯାଉଛି ।

Advertisement

ସେହିଭଳି ଆଜି ଭୁବନେଶ୍ୱର ସ୍ଥିତ ଏମସ ହସ୍ପିଟାଲରେ ପ୍ରଥମ ଥର ପାଇଁ ଡ୍ରୋନ୍ ମାଧ୍ୟମରେ ରକ୍ତ ୟୁନିଟକୁ ଏମ୍ସ ହସ୍ପିଟାଲରୁ ଖୋର୍ଦ୍ଧା ଟାଙ୍ଗୀ ଅଂଚଳକୁ ପଠାଯାଇଛି । ରକ୍ତ ପଂହଚାଇ ସେହି ଡ୍ରୋନ୍ ସୁରକ୍ଷିତ ଭାବେ ଫେରିଆସିଛି ।

Leave a Reply

Your email address will not be published. Required fields are marked *