Pratidin TV

Odisha's Digital News Platform

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ !ମିଳିଛି ଧମକପୂର୍ଣ୍ଣ କଲ୍‌..

1 min read

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ ଖେଳିଯାଇଛି । ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ଆସିଛି । ଧମକପୂର୍ଣ୍ଣ କଲ୍‌ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ- କରାଯିବା ସହ କଡ଼ାକଡି ଯାଞ୍ଚ କରାଯାଉଛି ।

ଏନେଇ ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବୋମା ଥିବା ନେଇ ଏକ ହୋକ୍ସ କଲ ରିସିଭ ହୋଇଥିଲା। ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ଆସିଥିଲା। ଏକ୍ସ ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା। ଏନେଇ ଏସଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି।

Advertisement

ସୂଚନାଯୋଗ୍ୟ,ଭାରତୀୟ ଏୟାରଲାଇନ୍ସ ଗତ ୬ ଦିନରେ ୭୦ରୁ ଅଧିକ ବିମାନରେ ବୋମା ଧମକ ମିଳିଛି । ଦେଶରେ ବିମାନ ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ଏୟାରଲାଇନ୍ସଗୁଡ଼ିକୁ ବହୁ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ଏଭଳି ସମୟରେ ରବିବାର ଦିଲ୍ଲୀର ରୋହିଣୀସ୍ଥିତ ଏକ ସ୍କୁଲ ନିକଟରେ ବିସ୍ଫୋରଣ ଘଟିବା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବାରମ୍ବାର ଏଭଳି ଧମକ ସତ୍ତ୍ୱେ ଧମକଦାତାଙ୍କୁ ପୋଲିସ ଧରି ନ ପାରିବା ଚିନ୍ତାର ବିଷୟ ହୋଇଛି।
ସୂଚନାଯୋଗ୍ୟ,

Leave a Reply

Your email address will not be published. Required fields are marked *