ବୈକୁଣ୍ଠ ଧାମ ଘଟଣା:ଆଶ୍ରମରେ ଜିଏ ପକ୍ଷରୁ ଚାଲିଛି ମାପଚୁପ..
1 min readଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରେ ଜିଏ ପକ୍ଷରୁ ଚାଲିଛି ଖୋଳତାଡ । ମାପଚୁପ କରିଲେ ଜିଏ, ବିଡିଏ, ତହସିଲ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଆଶ୍ରମରେ ୮ ଜଣିଆ ଟିମ ପହଁଚି କାର୍ଯ୍ୟ ଆରମ୍ଭ କରିଛି । ଆଶ୍ରମଟି ଯେଉଁ ସ୍ଥାନରେ ରହିଛି ସେଠାରୁ ୮୦୦ ଫୁଟ ଦୂରରୁ ମାପ ଆରମ୍ଭ ହୋଇଛି । ଏଥିପାଇଁ ୩ ଟି ନକ୍ସା କରି ୮ ଜଣିଆ ଟିମ ତଦନ୍ତ କରିଛି ।ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମର ମାପଚୁପ ପରେ ଜିଏର ସହକାରୀ ନିର୍ଦ୍ଦେଶକ ଅମୀୟ ଦାସ ସୂଚନା ଦେଇଛନ୍ତି ।
ସେ କହିଲେ ଆଶ୍ରମ ଥିବା ଜାଗା ସରକାରୀ ନା ସ୍ଥିତିବାନ ଜମି, ଆମେ ଦେଖୁଥିଲୁ’ । ପ୍ରାଥମିକ ତଦନ୍ତରେ ଯାହା ଦେଖିଲୁ, ସରକାରୀ ଜମି ଆସିପାରେ’ । ଆମର ମାପଚୁପ ସରିଛି, ଏବେ ସରକାରଙ୍କୁ ରିପୋର୍ଟ ଦେବୁ’ ।ଯଦି ସରକାରୀ ଜମିରେ ଆଶ୍ରମ ଥିବ, ଆଇନ ଅନୁସାରେ ପଦକ୍ଷେପ’ । ସେପଟେ ବୈକୁଣ୍ଠ ଆଶ୍ରମକୁ ଜଗି ରହିଛନ୍ତି ୨ ସେକ୍ସନ ଫୋର୍ସ । ଆଶ୍ରମ ଭିତରେ ରହିଥିବା ସମସ୍ତ ଆସବାବପତ୍ର ଯାଞ୍ଚ କରୁଛି ପୋଲିସ । ତେବେ ଆଶ୍ରମଟି ବର୍ତ୍ତମାନ ଖାଲି ପଡିଛି ।
ତା’ଭିତରେ କାହାରି ଦେଖା ଦର୍ଶନ ମିଳି ନଥିଲେ ମଧ୍ୟ ରୋଷେଇ ସାମଗ୍ରୀ ସହିତ ଅନ୍ୟାନ୍ୟ ସମସ୍ତ ସାମଗ୍ରୀ ଯଥା ସ୍ଥାନରେ ରହିଛି । କାଶୀନାଥ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ ପୁଅ ସତୀଶକୁ ଚନ୍ଦ୍ର ମିଶ୍ର କଳ୍କୀ ଅବତାର ରୂପେ ବର୍ଣ୍ଣନା କରି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳାଯାଉଥିବା ହୋଇଥିଲା ଅଭିଯୋଗ । ନାବାଳକଙ୍କୁ କଳ୍କୀ ରୂପରେ ପୂଜା କରିବା ସହ ତାଙ୍କ ପାଦ ତଳେ ତୁଳସୀ ଅର୍ପଣକୁ ନେଇ ଉଠିଥିବା ବିବାଦ ଉଗ୍ର ହୋଇଛି ।