Pratidin TV

Odisha's Digital News Platform

ଭୁବନେଶ୍ୱରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଘଟଣ ; ମଦ ପିଇ ଦୁର୍ଘଟଣା ଘଟାଇଲେ ମଦ୍ୟପ ଯୁବକ….

ଭୁବନେଶ୍ୱର ; ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିଷ୍ଠା ପାଳନ ଉତ୍ସବ ବେଳେ ଅଘଟଣ। ଅତ୍ୟଧିକ ମଦ୍ୟପାନ କରି ଗାଡି ରାଲି କରୁଥିବା ବେଳେ ଅଘଟଣ। ଜନବସତି ଭିତରେ ପଶି ଦୁର୍ଘଟଣା ଘଟାଇଲା ଗାଡି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୟୁନିଟ୨ ପୁରୁଣା ବିଧାନସଭା ପଛପଟ ବସ୍ତିରେ। ଅତ୍ୟଧିକ ମଦ୍ୟପାନ କରି ଦ୍ରୁତ ଗତିରେ ଆସୁଥିବା ଏକ କାର ଜଣେ ଯୁବକଙ୍କୁ ଧକ୍କା ଦେଇଛି। ଫଳରେ ଯୁବକ ଜଣଙ୍କ ରାସ୍ତା ଉପରେ ଛିଟିକି ପଡିଥିଲେ ।

ତେବେ ବସ୍ତି ବାସିଙ୍କ ସାହାର୍ଯ୍ୟରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଲୋକଙ୍କ ଉତ୍ତେଜନା ଦେଖି ଗାଡ଼ିରେ ଥିବା ୩ଜଣ ମଦ୍ୟପ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ରାସ୍ତା ଉପରେ ବସିଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *