Pratidin TV

Odisha's Digital News Platform

ପୁଅ କିଡ୍‌ନାପିଂର ମାଷ୍ଟର ପ୍ଲାନ ରଚିଥିଲା ବାପା ……

1 min read

ଭୁବନେଶ୍ୱର ; ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ମା ହାତରୁ କୁନି ପୁଅକୁ ଝାମ୍ପିନେଇଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଏନେଇ ମଞ୍ଚେଶ୍ୱର ଥାନାରେ ପୁଅର କିଡନାପିଙ୍ଗ୍ ଅଭିଯୋଗ କରିଥିଲେ ମା । ତେବେ ଆଜି ସଂପୃକ୍ତ ମାମଲାରେ ପୋଲିସ ଅପହୃତ ଶିସୁକୁ କଟକରୁ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାସ ହୋଇଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ ନିଜେ ଶୁର ବାପା ଏହି ଅପହରଣ ଘଟଣାରେ ସଂପୃକ୍ତ ଥିଲା । ନିଜ ଶିଶୁକୁ ଅପହରଣ କରିବାକୁ ମାଷ୍ଟର ପ୍ଲାନି କରିଥିଲା ବାପା । ଢେଙ୍କାନାଳ ଜିଲ୍ଲା ମାର୍ଥାପୁରର ସୁବ୍ରତ ସେଠୀ ନାମକ ବ୍ୟକ୍ତି ଅନ୍ଧାରୁଆର ଶାନ୍ତିଲତା ମହାରଣା ନାମକ ମହିଳାଙ୍କ ସହ ୨ ବର୍ଷ ହେବ ସଂପର୍କରେ ଥଲେ। ଏହି ସମୟରେ ଶାନ୍ତିଲତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ତେବେ ଦୁଇ ମାସ ପୂର୍ବରୁ ସୁବ୍ରତ ଓ ଶାନ୍ତିଲତାଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା ଅନ୍ୟପଟେ ଶାନ୍ତିଲତା ୧୦ ବର୍ଷ ପୂର୍ବେ ବିଷ୍ଣୁ ପୃଷ୍ଟି ନାମକ ବ୍ୟକ୍ତିଙ୍କୁ ବିବାହ କରି ଛାଡ଼ି ଦେଇଥିଲେ।

Advertisement

ବିଷ୍ଣୁ, ଶାନ୍ତିଲତାଙ୍କୁ ପାଇବା ଲାଗି ପୁଣି ଚେଷ୍ଟା କରିଥିଲେ ଓ ସୁବ୍ରତ ସେଠୀଙ୍କ ସହ ଡିଲ କରିଥିଲେ। ଦୁଇ ଜଣ ମିଶି ଜଣେ ନିଶନ୍ତାନ ବ୍ୟକ୍ତିଙ୍କୁ ଏହି ଛୁଆ ଦେବା ଲାଗି ଅପହରଣ ନାଟକ ରଚିଥିଲେ। ତେବେ ମଞ୍ଚେଶ୍ୱର ପୋଲିସ ଘଟଣାର ତନ୍ନ ତନ୍ନ ଯାଞ୍ଚ କରି ଘଟଣାରେ ସୁବ୍ରତ ସେଠୀ, ବିଷ୍ଣୁ ପୃଷ୍ଟିଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *