Pratidin TV

Odisha's Digital News Platform

ଭୁବନେଶ୍ୱର ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ; ୪ ଆହତ।

1 min read

ପୁଣି ବୁଲିଲା ଖଣ୍ଡା, ଭୁଜାଲି। ରାସ୍ତା ପାଲଟି ଯାଇଥିଲା ରଣକ୍ଷେତ୍ର। ଭୁବନେଶ୍ୱରରେ ଘଟିଛି ଜଂଘନ୍ୟ କାଣ୍ଡ। ଜାଗମରା ନୂଆ ରୋଡରେ କିଛି ଏପରି କାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ। ରାସ୍ତାରେ ଯାଉଥିବା ଲୋକମାନେ ଏହା ଦେଖି ଯିଏ ଯୁଆଡେ ଯାଉଥିଲେ ସମସ୍ତେ ଅଟକି ଯାଉଥିଲେ। ପୋଲିସ ଏହାପରେ ଆସି ତଦନ୍ତ କରିଥିଲା।

ସୂଚନା ଅନୁଯାୟୀ, ପାଣ୍ଡରା ଅଞ୍ଚଳର ପ୍ରାୟ ୮ ଜଣ ଯୁବକ ଏକ ଖାଇବା ଷ୍ଟଲକୁ ଯାଇଥିଲେ। ଏହି ସମୟରେ ଅନ୍ୟ ପକ୍ଷ ଗୋଷ୍ଠୀର କିଛି ବ୍ୟକ୍ତି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ଆହତ ହୋଇଥିବା ବେଳେ ୫ଜଣଙ୍କୁ ପୋଲିସ ଗିରଫ କରିଛି। ଏତିକି ନୁହେଁ ରାସ୍ତରେ ଯାଉଥିବା ଲୋକ ମାନଙ୍କ ଉପରେ ମଧ୍ୟ ସେମାନେ ଆକ୍ରମଣ କରିଥିଲେ। ଖବର ମିଳିବା ପରେ ଖଣ୍ଡଗିରି ଥାନା ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୂର୍ବ ଶତ୍ରୁତା ଆଧାରରେ ଏପରି ଆକ୍ରମଣ ଘଟିଥିବାର ସୂଚନା ମିଳୁଛି।

Advertisement

Leave a Reply

Your email address will not be published. Required fields are marked *