(ଭିଡିଓ)‘ମୋତେ ଚଣ୍ଡିଖୋଲରେ ଛାଡ’- ରାତି ଅଧରେ ରାଜଧାନୀ ପୋଲିସକୁ ନାକେଦମ୍ କଲେ ଯୁବତୀ ..
1 min readଭୁବନେଶ୍ୱର : ରାତି ଅଧରେ ରାଜଧାନୀ ଭୁବନେଶ୍ୱରରେ ପୋଲିସକୁ ନାକେଦମ୍ କରିଥିଲେ ମଦ୍ୟପ ଯୁବତୀ । ଯାହାର ଭିଡିଓ ବର୍ତ୍ତମାନ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ଘୂରିବୁଲୁଛି । ରାଜରାସ୍ତାରେ ସର୍ଟ ଡ୍ରେସ୍ ପିନ୍ଧି ହାତରେ ମଦ ବୋତଲ ଧରି ଟଳି ଟଳି ଚାଲୁଥିଲେ ଯୁବତୀ । ଏହା ନାଇଟ୍ ପେଟ୍ରୋଲିଙ୍ଗ୍ ସମୟରେ ପିସିଆର ନଜରରେ ପଡିଥିଲା । କଳ୍ପନା ଛକର ସୁନ୍ ସାନ୍ ରାସ୍ତାରେ ଯୁବତୀଙ୍କୁ ଏକୁଟିଆ ଛାଡିବାକୁ ଠିକ୍ ଭାବିନଥିଲା ପୋଲିସ୍ ।
ନିକଟରେ ବଡଗଡ ଥାନା ମହିଳା ଏସଆଇଙ୍କୁ ଫୋନ କରି ଡକାଇଥିଲା ପିସିଆର । କିଛି ବାଟ ଯୁବତୀଙ୍କି ପିସିଆର ଫଲୋ କରିବାପରେ ମହିଳା ଏସଆଇଙ୍କ ସହାୟତାରେ ତାଙ୍କୁ କାବୁ କରିଥିଲେ । କିନ୍ତୁ ଯୁବତୀ ଜଣଙ୍କ ତଣ୍ଟି ଯାଏ ମଦ ପିଇଥିବାରୁ ନିଜର ହିତାହତ ଜ୍ଞାନ ଭୁଲି ପୋଲିସକୁ ନାକେଦମ୍ କରିଥିଲେ । ବାଟରେ ଯାଉଥିବା ଗାଡି ବାଲାଙ୍କୁ ଖରାପ୍ କରି ଗାଳିଗୁଲଜ୍ କରିବା ସହ ମଦ ବୋତଲ ଫପାଡିଥିଲେ । ମହିଳା ଏଏସଆଇ ତାଙ୍କୁ ବୁଝାଇ ପୋଲିସ୍ ସହ ଆସିବାକୁ କହିଥିଲେ ମଧ୍ୟ ଯୁବତୀ ଜଣଙ୍କ ଗୋଟିଏ ଜିଦ୍ ଧରିଥିଲେ । ‘ମୋତେ ଚଣ୍ଡିଖୋଲରେ ନେଇ ଛାଡ ମୁଁ ଚଣ୍ଡିଖୋଲ ଯିବି’ । ଦୀର୍ଘ ଦେଢ ଘଣ୍ଟା କାଳ ବୁଝାଇବା ପରେ ଯୁବତୀ ଜଣଙ୍କ ମହିଳା ଏଏସଆଇଙ୍କ ସହ ପିସିଆର ରେ ଆସିଥିଲେ ।
ସକାଳ ହେବାରୁ ଯୁତୀଙ୍କ ଘରଲୋକଙ୍କୁ ଫୋନ ମାଧ୍ୟମରେ ଡକାଯାଇ ତାଙ୍କୁ ଘରକୁ ବିଦା କରାଯାଇଥିଲା । ତେବେ ଯୁବତୀଙ୍କ ଏପରି ସ୍ଥିତି ପାଇଁ ଘରଲୋକେ ଏବଂ ନିଜେ ଯୁତୀ ଦାୟୀ । ଆଜିକାଲିର ଯୁବପୀଢି ନିଶାଦ୍ରବ୍ୟର ଆଳରେ ନିଜର ହିତାହତ ଜ୍ଞାନ ଭୁଲିଯାଉଛନ୍ତି । ପିଲାମାନଙ୍କ ସହ ଅନେକ ପରିମାଣରେ ଅଭିଭାବକ ମାନେ ମଧ୍ୟ ଦାୟୀ । ଝୁଆ ଏତେ ଲେଟ୍ ଯାଏ କୁଆଡେ ଯାଉଛି ? କଣ କରୁଛି ତାହା ବୁଝିବାକୁ ବର୍ତମାନର ବାପା ମାଁଙ୍କ ପାଖରେ ସମୟ ନାହିଁ କହିଲେ କିଛି ଭୁଲ ହେବନାହିଁ । ଯୁବକ ଯୁବତୀମାନେ ମଧ୍ୟ ନିଜ ଘରେ ମିଛ କହି ଏଭଳି କାର୍ଯ୍ୟ କରିବାକୁ ପଛାଉ ନାହନ୍ତି । ଯଦି କାଲି ଉଚିତ୍ ସମୟରେ ପିସିଅର ଯୁବତୀଙ୍କୁ ରାଜଧାନୀର ରାଜରାସ୍ତାରୁ ଉଦ୍ଧାର ନକରିଥାନ୍ତା ତେବେ ଯୁବତୀଙ୍କ ଅବସ୍ଥା କଣ ହୋଇଥାନ୍ତା ତାହା ଆପଣମାନେ ଥରେ ଚିନ୍ତାକରନ୍ତୁ !