Pratidin TV

Odisha's Digital News Platform

ଭଣ୍ଡ ଜ୍ୟୋର୍ତିବିତଙ୍କ ଲବଙ୍ଗ ଥିଓରୀ ; ବାସ୍ତୁଦୋଷ ଦୂର ନାରେ ପାଟିରେ ଲବଙ୍କ ଦେଇ କରୁଥିଲେ ଦୁଷ୍କର୍ମ….

ଭୁବନେଶ୍ୱର ; ଆପଣ ନିସନ୍ତାନ ଥିଲେ ସନ୍ତାନ ପ୍ରାପ୍ତି ହେବ । ଗରିବ ଥିଲେ ଧନ ସମ୍ପତ୍ତି ପ୍ରାପ୍ତ ହେବ। ଚୁଟକି ରେ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଯିବ। ଏଭଳି କଥା କହି ସୋସିଆଲ ମିଡ଼ିଆରେ ମହିଳାମାନଙ୍କୁ ଟାର୍ଗେଟ କରୁଥିଲେ ଭଣ୍ଡ ଜୋତିଶ ନୀଳାମ୍ବର ପାଣି । ଯିଏ ଫସୁ ଥିଲା ପୂଜା ପାଠ ବାହାନାରେ ତାକୁ ଦୁଷ୍କର୍ମ କରୁଥିଲେ । ପ୍ରଥମେ ଲବଙ୍ଗ ଦେଇ ବେହୋସ କରୁଥିଲେ ।ଦୁଷ୍କର୍ମ ବେଳର ସମ୍ବେଦନଶିଳ ଦୃଶ୍ୟକୁ ମୋବଇଲରେ ରେକର୍ଡ କରି ପରେ ବ୍ଲକମେଲ କରୁଥିଲେ । ଏଭଳି ଏକ ଠକ ଜୋତିଶ ନୀଳାମ୍ବର ପାଣୀକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ତାନିକଟରୁ ଘଟଣାରେ ବ୍ୟବହୃତ ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି ପୋଲିସ ।ଆଇପିସି ର ଧାରା ୩୭୬,୪୨୦,୪୦୬, ୫୦୬,୩୮୪, ୫୧୧ରେ ମାମଲା ରୁଜୁ କରିଛି ପୋଲିସ ।

ସୂଚନା ଅନୁଯାଇ ସିଆରିପି ଅଞ୍ଚଳର ସମ୍ଭ୍ରାନ୍ତ ଘରର ମହିଳାଙ୍କୁ ଫସାଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ପାରିବାରିକ ସମସ୍ୟାର ସମାଧାନ ପାଇଁ କରିଥିଲେ ପୂଜା ପାଠ।ଦିନକ ପାଇଁ ମହିଳା ଙ୍କ ସ୍ୱାମୀ ହେବାକୁ କହିଥିଲେ ଭଣ୍ଡ ଜୋତିଶ । ପରେ ତାଙ୍କୁ ଲବଙ୍ଗ ଖୁଆଇ ବାକୁ ଦେଇ ଦୁଷ୍କର୍ମ କରିଥିଲେ ।ଦୁଷ୍କର୍ମ ବେଳର ସମସ୍ତ ଭିଡିଓ ସୁଟିଂ କରି ବ୍ଲାକ ମେଲିଙ୍ଗ କରି ଟଙ୍କା ମାଗିଥିଲେ ।୨ଲକ୍ଷ ଟଙ୍କା ନଦେଲେ ଭିଡ଼ିଓ ଭାଇରାଲ କରିଦେବା ଶହ ମନ୍ତ୍ର ପାଠ କରି ପରିବାର ସଫା କରିଦେବାକୁ ଧମକ ଦେଇଥିଲେ । ମହିଳା ଜଣଙ୍କ ଏନେଇ ନୟାପଲି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁଯାଇ ତଦନ୍ତ କରିଥିଲା ପୋଲିସ।ତେବେ ଏଠି ପ୍ରଶ୍ନ ଉଠୁଛି କେବେ ଠାରୁ ଭଣ୍ଡ ଜୋତିଶ ଏଭଳି କାଣ୍ଡକାରନାମା ଚଳାଇଥିଲା? କେତେଜଣ ମହିଳାଙ୍କୁ ଏଭଳି ଦୁଷ୍କର୍ମ ସହ ଠକେଇ କରିଛି? ଆର୍ଥିକ କାରବାର ନେଇ ଖୋଳ ତାଡ କରିବ ପୋଲିସ । ସେପଟେ ଅଧିକ ତଦନ୍ତ ପାଇଁ ଭଣ୍ଡ ଜୋତିଶ କୁ ରିମାଣ୍ଡ ରେ ଆଣିବ ପୋଲିସ । ଯଦି କୌଣସି ମହିଳା ଏଭଳି ଠକେଇର ଶିକାର ହୋଇଥାନ୍ତି,ତେବେ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ ବୋଲି କରିଛି ପୋଲିସ ।

Leave a Reply

Your email address will not be published. Required fields are marked *