Pratidin TV

Odisha's Digital News Platform

ଅକ୍ଟୋବର ୨୯ରୁ ଭୁବନେଶ୍ୱରୁ ପ୍ରଥମ କରି ଗୌହାଟୀକୁ ଉଡିବ ବିମାନ,୭ଦିନ ଉଡିବା ନେଇ ଘୋଷଣା କଲା ଇଣ୍ଡିଗୋ..

1 min read

ଭୁବନେଶ୍ୱର: ଉତ୍ତର-ପୂର୍ବ ରାଜ୍ୟ ସହ ନୂଆ ସମ୍ପର୍କ ଯୋଡିବାକୁ ଯାଉଛି ଓଡିଶା । ପୂର୍ବରୁ ସ୍ଥଳପଥ ଦ୍ୱାରା ସଂଯୋଗ ଥିବା ବେଳେ ଏବେ ଆକାଶମାର୍ଗରେ ଦେଇ ମଧ୍ୟ ଯାତାୟତ କରିବେ ଯାତ୍ରୀ । ଗୌହାଟୀକୁ ଉଡିବ ବିମାନ । ଅକ୍ଟୋବର ୨୯ରୁ ଆରମ୍ଭ ହେବ ଭୁବନେଶ୍ୱରରୁ ଗୌହାଟୀ ଡାଇରେକ୍ଟ ଫ୍ଳାଇଟ୍ । ସେ ପୁଣି ସପ୍ତାହରେ ଥରେ ୨ଦିନ ନୁହେଁ ପୁରା ସପ୍ତାହକୁ ସାତଦିନ ଉଡିବ ବିମାନ । ଅନ୍ୟ କୌଣସି ସଂସ୍ଥା ନୁହେଁ ଖୋଦ ଇଣ୍ଡିଗୋ ଯୋଗାଇବ ବିମାନ ସେବା । ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ । ଏନେଇ ଘୋଷଣା କରିଛି ଇଣ୍ଡିଗୋ ଏୟାଲାଇନ୍ସ । ତେବେ ଦିନ ୧ଟା ୨୫ରୁ ଭୁବନେଶ୍ୱର ଛାଡି ୨ଟା ୫୫ରେ ଗୌହାଟୀରେ ପହଞ୍ଚିବ । ସେହିପରି ୩ଟା ୫୦ରେ ଗୌହାଟି ରୁ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ବିମାନ । ଆଉ କିଛି ଦିନ ଗଲେ ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ଉଡିପାରେ ବିମାନ । ଯାତ୍ରୀଙ୍କ ଡିମାଣ୍ଡକୁ ଦେଖି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ପୂର୍ବରୁ ଓଡିଶା ସହ ଯୋଡି ହୋଇସାରିଛି ୨୦ ଟି ରାଜ୍ୟ । ଦୈନିକ ୧୩ ହଜାରରୁ ଉର୍ଦ୍ଧ ଯାତ୍ରୀ ପ୍ରତ୍ୟକ ଦିନ ଯିବା ଆସିବା କରୁଛନ୍ତି । ଗୌହାଟୀକୁ ସିଧା ବିମାନ ସେବାକୁ ନେଇ ଖୁସି ପ୍ରକଟ କରିଛନ୍ତି ଯାତ୍ରୀ ।

Advertisement

Leave a Reply

Your email address will not be published. Required fields are marked *