Pratidin TV

Odisha's Digital News Platform

ଉତ୍କଳ ଦିବସରେ ଚିକମିକ ଆଲୁଅରେ ସଜେଇ ହୋଇଛି ରାଜଧାନୀ ..

1 min read

ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିରେ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଏକ ଗର୍ବ ଆଉ ଗୌରବର ଦିନ । ଯେଉଁମାନଙ୍କର ଅଦମ୍ୟ ସାଧନା,ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତିରେ ସ୍ୱତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେପକାଉଛନ୍ତି ।

Advertisement

ଉତ୍କଳ ଦିବସକୁ ନେଇ ରାଜଧାନୀ ଯେମିତି ଏକ ନୂଆ ରୂପରେ ସଜେଇ ହୋଇଛି । ସବୁଠି ରଙ୍ଗୀନ ଆଲୋକମାଳା ଓ ଉତ୍ସାହର ମାହୋଲ । ସୁସଜ୍ଜିତ ହୋଇଛି ସବୁ ସରକାରୀ ଅନୁଷ୍ଠାନ । ସଚିବାଳୟ, ବିଧାନସଭା, ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି । ଗୋଲାପି ଓ ସବୁଜ ଲାଇଟ୍ ରେ ଚିକିମିକି କରୁଛି ରାଜଧାନୀ । ସନ୍ଧ୍ୟା ହେବା ମାତ୍ରେ ରାଜଧାନୀ ଗୋଲାପି ଆଉ ସବୁଜ ରଙ୍ଗର ଶାଢୀ ପିନ୍ଧି ସାଧବ ବୋହୂ ପରି ଦେଖାଯାଉଛି ।


Leave a Reply

Your email address will not be published. Required fields are marked *