Pratidin TV

Odisha's Digital News Platform

ରାଜଧାନୀରେ ମାତିଛନ୍ତି ଚେନ୍ ଲୁଟେରା : ସାବଧାନ ଦିନ-ଦ୍ୱିପହରେ ଏପରି ଲୁଟିନେଇଛନ୍ତି ଲୋକଙ୍କଠାରୁ…..

1 min read

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଆଖି ପିଛୁଳାକେ ଲୁଟିନେଉଛନ୍ତି ଲୋକଙ୍କଠାରୁ ଜିନିଷ । ଦିନ-ଦିପହରରେ ନିର୍ଭୟରେ ଲୁଟୁଛନ୍ତି ଲୋକମାନଙ୍କୁ । ଘର ସାମ୍ନାରେ ଚଉରାମୂଳେ ପୂଜା କରୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ମହିଳା । ଲୁଟେରା ଅତି କୌଶଳାତାର ସହ ଆସି ତାଙ୍କ ବେକରୁ ଚେନ୍ ଟାଣି ନେଇଯାଇଛି । ଯାହା ଘର ସାମ୍ନାରେ ଥିବା ସିସିଟିଭି ଫୁଟେଜ୍‌ରେ କଏଦ୍ ହୋଇଛି ।

ସୂଚନା ଅନୁଯାୟୀ ଘଟଣାଟି ନୟାପଲ୍ଲୀ ଥାନା ଅନ୍ତର୍ଗତ ଆଇଆରସି ଭିଲେଜରେ ଘଟିଛି । ସେଠାରେ ରହୁଥିବା ଜଣେ ମହିଳା ଗତ ସୋମବାର ଦିନ ନିଜ ଘର ସାମ୍ନା ଚଉଁରା ଗଛ ମୁଳେ ପୂଜା କରୁଥିଲେ । ଏହି ସମୟରେ ଲୁଟେରା ଜଣକ ତାଙ୍କ ଘର ନିକଟରେ ବୁଲାବୁଲି କରୁଥିଲା। ସେ କିଛି ସମୟ ଏପଟେ ସେପଟେ ଚାହିଁଥିଲା । ଏବଂ ମୌକା ଦେଖି ଲୁଟେରା ଗେଟ୍ ବାହାରୁ ହାତ ବଢ଼ାଇ ତୁଳସୀ ଚଉରା ମୂଳେ ପୂଜା କରୁଥିବା ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଚମ୍ପଟ ମାରିଥିଲା।

Advertisement

ଏହାପରେ ମହିଳା ଜଣଙ୍କ ପାଟି ଚିଲ୍ଲାଇ ନିଜ ଗେଟ୍ ଖୋଲି ବାହାରକୁ ଆସିବା ପରେ ସେ ଚୋରଟି କୁଆଡେ ଫେରାର୍ ହୋଇଯାଇଥିଲା । ଏନେଇ ଉକ୍ତ ମହିଳାଙ୍କ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଆଧାର କରି ଘଟଣାର ତଦନ୍ତ ଚଳାଇଛି । କାରଣ ଏବେ ଏହି ଲୁଟେରା ମାନେ ଦିନ ଦିପହରରେ ଘର ସାମ୍ନାରୁ ଏପରି ଲୁଟ୍ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରିଛି ।

Leave a Reply

Your email address will not be published. Required fields are marked *