Pratidin TV

Odisha's Digital News Platform

ଥାନାରେ ଛିଡା ହୋଇ ହସୁଥିଲା ଅଭିଯୁକ୍ତ ନାବାଳକ ବାପୁନୀ , ଏପଟେ ଛଟପଟ ମୃତକଙ୍କ ପରିବାର …

ଆଜି ରାଜଧାନୀ ଛାତି ଉପରୁ ସମ୍ନାକୁ ଆସିଛି ଏକ ଭୟଙ୍କର ଲୋମଟାଙ୍କୁରା ଘଟଣା । ଝିଆରୀ ପ୍ରେମୀକର ଖଣ୍ଡା ଚୋଟରେ ଦାଦାର ମୃତ୍ୟୁ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି କରିଦେଇଛି । କାରଣ ଅଭିଯୁକ୍ତ ପ୍ରେମିକ ଜଣଙ୍କ ନାବାଳକ ସେ ଯୁକ୍ତ ୨ ପଢୂଥିବା ବେଳେ ଏଭଳି ବିଭତ୍ସ ହତ୍ୟା ଘଟାଇଛି ।

ନିଜ ଝିଆରୀଠୁ ଦୂରେଇ ରହିବାକୁ ଦାଦା ଜଗା ନାବାଳକ ଜଣଙ୍କୁ ଚେତାବନୀ ଦେଇଥିଲା । ଯାହାଫଳରେ ଗତକାଲି ରାତିରେ ଜଗାର ଫେରିବା ବାଟକୁ ଚାହିବସିଥିଲା ନାବଳକ ଆଉ ଜଗା ଫେରିବା ସମୟରେ ହଠାତ୍ ରାସ୍ତା ଉପରେ ତାଙ୍କ ବେକକୁ ଆକ୍ରମଣ କରିଥିଲା । ଫଳରେ ଦାଦା ଜଗାର ସେଇଠି ମୃତ୍ୟୁ ହୋଇଥିଲା । ଆଉ ନାବାଳକ ପ୍ରେମିକ ସେଠାରୁ ଛୁ ମାରିଥିଲା । ପୋଲିସ ସମୃକ୍ତ ଘଟଣାର ତଦନ୍ତ ଚଳାଇ ନାବଳକକୁ ନେଇ ପଚରା ଉଚରା ଚଳାଇଥିବାବେଳେ ଅଭିଯୁକ୍ତ ମନରେ କିନ୍ତୁ ଏସବୁକୁ ନେଇ କୌଣସି ପଶ୍ଚତାପ୍ ନଥିଲା ।

Leave a Reply

Your email address will not be published. Required fields are marked *