Pratidin TV

Odisha's Digital News Platform

ଅଞ୍ଜନ ଆତ୍ମାକୁ ମିଳବ ଶାନ୍ତି , ଗିରଫ୍ ହେଲେ ନିହାରିକା ଓ ପ୍ରେମିକ ପିଙ୍କୁ

ଭୁବନେଶ୍ୱର ; ଆଜି ଅଞ୍ଜନ ଆତ୍ମାକୁ ମିଳିବ ଶାନ୍ତି । ଅଭିଯୁକ୍ତ ନିହାରିକା ଓ ପିଙ୍କୁଙ୍କୁ ଗିରଫ୍ କଲା କମିଶନରେଟ୍ ପୋଲିସ ।
ସୂଚନା ଅନୁଯାୟୀ ତ୍ରୀକୋଣୀୟ ପ୍ରେମରେ ବଳିପଡିଯାଇଥିଲେ ନିରୀହ ଅଞ୍ଜନ । ୨ ଦିନ ପୁର୍ବରୁ ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣିଶ୍ୱର୍ ରେ ଅଞ୍ଜନଙ୍କୁ ନୃଶଂସ ହତ୍ୟା କରିଥଲେ ପିଙ୍କୁ , ନିହାରିକ ଓ ୪ ସହଯୋଗୀ । ପୂରୁଣା ପ୍ରେମିକ ଗୌତମର ଆଖି ସାମ୍ନାରେ ତା ବନ୍ଧୁ ଅଞ୍ଜନକୁ ହତ୍ୟା କରି ଚମ୍ଫଟ୍ ମାରିଥିଲେ ପିଙ୍କୁ ଓ ନିହାରିକା ।

ରାଜଧାନୀ ରାଜରାସ୍ତାରେ ଏଭଳି ଏକ ହତ୍ୟା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଥିଲା କମିଶନରେଟ୍ ପୋଲିସ । ତେବେ ଆଜି ନିହାରିକା ଓ ପିଙ୍କୁ କୁ ଶାଲିଆ ସାହିରୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ଏହା ସହ ଅଞ୍ଜନକୁ ହାଣିଥିବା ଖଣ୍ଡା କୁ ମଧ୍ୟ ଜବଦ କଲା ପୋଲିସ ।

ଘଟଣାଟି ଏମିତି ଥିଲା –
ଅଞ୍ଜନ ବେହେରାଙ୍କୁ ତ୍ରିକଣୀୟ ପ୍ରେମ ସମାଧାନ ପାଇଁ ଖଣ୍ଡରେ ହାଣିଥିଲା ପିଂକୁ । ସୁଚନା ଅନୁଯାୟୀ ନିହାରିକା ପ୍ରଥମେ ଗୌତମ ସହ ରଖିଥିଲେ ପ୍ରେମ ସଂପର୍କ ଓ ପରେ ପୀଙ୍କୁ ସହ ରଖିଥିଲେ ସଂପର୍କ । ଦୁହିଁଙ୍କ ଭିତରେ ଝଗଡ଼ା ଲାଗୁଥିବାରୁ ସମସ୍ୟା ର ସମାଧାନ ପାଇଁ ନିହାରିକା ଦ୍ୱିତୀୟ ପ୍ରେମିକା ପିଙ୍କୁ କହିଥିଲା । ପୂର୍ବ ଯୋଜନା ଅନୁଯାୟୀ ନିହାରିକା ଗୌତମ କୁ କଟକ ରୋଡ କୁ ଡାକିଥିଲେ । ରାତିରେ ଆସିବା ସମୟରେ ଗୌତମ ଏକୁଟିଆ ନ ଆସି ବନ୍ଧୁ ଅଞ୍ଜନ କୁ ସାଙ୍ଗରେ ନେଇ ଆସିଥିଲେ । କିନ୍ତୁ ପୂର୍ବ ଯୋଜନା କରିଆସିଥିବା ପିଙ୍କୁ ନିଜ ସାଙ୍ଗରେ ଆଉ ୪ ଜଣ ଯୁବକ ଧରି ମାରଣାଅସ୍ତ୍ର ସହ ଆସିଥିଲା । ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ପିଙ୍କୁ ଖଣ୍ଡାରେ ଗୌତମକୁ ଆକ୍ରମଣ କରିଥିଲା । କିନ୍ତୁ ଖଣ୍ଡା ଚୋଟ ଅଞ୍ଜନ ଦେହରେ ବାଜିଥିଲା । ଏହାପରେ ପିଙ୍କୁ ଅଞ୍ଜନକୁ ଛାଡି ଗୌତମ ପଛରେ ଗୋଡାଇଥିଲା । କିନ୍ତୁ ଗୌତମ ଜୀବନ ବିକଳେ ସେଠାରୁ ଖସି ନିଜ ଜୀବନ ବଞ୍ଚାଇନେଇଥିବା ବେଳେ ଅଞ୍ଜନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଆଜି ଲକ୍ଷ୍ମୀ ସାଗର ପୋଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ୪ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି , ସେମାନଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *