ସର୍ଭେ ରିପୋର୍ଟ ରୁ ଜଣାପଡିଗଲା ଅପରାଜିତା-ମନ୍ମଥ-ୟାସିର: କିଏ ଜିତିବ ଭୁବନେଶ୍ଵର ଲୋକସଭା ଆସନ?
1 min readଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ପୁଣି ବାଜି ମାରିବେ ନା କମାଲ କରିବେ ମନ୍ମଥ, କେମିତି ରହିବ ୟାସିରଙ୍କ ସ୍ଥିତି? ଏବେ ରହିଛି ସମସ୍ତଙ୍କର ନଜର । ଆସନ୍ତା କାଲି ଜଣାପଡିବ ଏହି ତିନି ପ୍ରାର୍ଥୀଙ୍କ ଭିତରୁ କାହାର ହେଵ ପଲ୍ଲା ଭାରି କିଏ କାହାକୁ ଦେବ ଚେକ୍ । କାରଣ ଭୁବନେଶ୍ୱର, ରାଜ୍ୟର ପ୍ରଥମ ସ୍ମାର୍ଟ ସିଟି। ତା’ଛଡ଼ା ଓଡ଼ିଶାର ରାଜଧାନୀ ହେଉଛି ଭୁବନେଶ୍ୱର। ସଚିବାଳୟ, ବିଧାନସଭାଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ମୁଖ୍ୟାଳୟ ଏହି ସହରରେ ରହିଛି। ତେଣୁ ନିର୍ବାଚନ ଆସିଲେ ସାରା ରାଜ୍ୟବାସୀଙ୍କ ନଜର ଭୁବନେଶ୍ୱର ଲୋକସଭା ଆସନ ଉପରେ ରହିଥାଏ। କିଏ ଜିତିବ, ଆଉ କିଏ ହାରିବ ତାକୁ ନେଇ ଏବେ ରୋଚକ ହୋଇଛି ଚର୍ଚ୍ଚା ।ରାଜନୈତିକ ପରିବାରରେ ଜନ୍ମ ହୋଇଥିବାରୁ ମନ୍ମଥ ରାଜନୀତିକୁ ଅତି ପାଖରୁ ଦେଖିଛନ୍ତି। ପ୍ରଥମ ଥର ପାଇଁ ସେ ନିର୍ବାଚନ ଲଢୁଥିଲେ ମଧ୍ୟ ମଇଦାନରେ କିପରି ଗୋଟି ଚାଳନା କରାଯାଏ ତାହା ସେ ଭଲଭାବେ ଜାଣିଛନ୍ତି। ତେବେ ପାଇଲଟରୁ ରାଜନେତା ହୋଇଥିବା ମନ୍ମଥ ଏଥର ବିଜେପି ହାତରୁ କ୍ଷମତା ଛଡ଼ାଇବାରେ ସଫଳ ହେଉଛନ୍ତି କି ନାହିଁ ତାହା ଏକଜିଟ ପୋଲ ର ଆକଳନରୁ ଜଣାପଡିଛି । ପ୍ରଗତିବାଦୀ ରିପୋର୍ଟରେ ଯାହା ପ୍ରକାଶ ପାଇଛି ତାହା ସମସ୍ତଙ୍କୁ ଚକିତ କରିଛି ।
ଏପଟେ ୨୦୧୯ ନିର୍ବାଚନ ପୂର୍ବରୁ ଆଇଏଏସ୍ ଚାକିରି ଛାଡ଼ି ପଦ୍ମ ଧରିଥିଲେ ଅପରାଜିତା ଷଡ଼ଙ୍ଗୀ। ପଦ୍ମ ଧରୁ ଧରୁ ଏହି ଫାୟାରବ୍ରାଣ୍ଡ ନେତ୍ରୀଙ୍କୁ ବିଜେପି ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନରୁ ଟିକେଟ ଦେଇଥିଲା। ଆଉ ଅପରାଜିତା ବିଜୟୀ ହୋଇଥିଲେ। ବିଜେଡିର ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ସେ ପଦ୍ମ ଫୁଟାଇଥିଲେ। ଏଥର ତାଙ୍କ ଉପରେ ପୁଣି ଭରସା କରିଛି ବିଜେପି। ତେବେ ଗତ ଥର ଭଳି ଏଥର ଅପରାଜିତା ଆଶା ମଉଳିବାରେ ଲାଗିଛି । କାରଣ ଏଥର ମନ୍ମଥ ଭୁବନେଶ୍ୱର ଆସନ ହାତେଇବେ ବୋଲି ରିପୋର୍ଟରେ ଦର୍ଶାଇଛି ।
ମନ୍ମଥ ବିଜେଡି ପାଇଁ ନୂଆ ଚେହେରା। ନିର୍ବାଚନ ରାଜନୀତିରେ ମଧ୍ୟ ତାଙ୍କର ଅଭିଜ୍ଞତା ନାହିଁ କହିଲେ ଚଳେ। ତେବେ ସେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅ ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିବା କୁହାଯାଉଛି। କାରଣ ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ଜଟଣୀ ଆଦି ଅଞ୍ଚଳରେ ସୁରଙ୍କର ଭଲ ସଙ୍ଗଠନ ରହିଛି। ତେଣୁ ବିଜେଡି ସୁର ରାଉତରାୟଙ୍କ ଭୋଟ ବ୍ୟାଙ୍କ ଉପରେ ନଜର ରଖି ମନ୍ମଥଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଥିଲା । ତେବେ ବାପାଙ୍କ ଲୋକପ୍ରିୟତା ପାଇଁ ଏବେ ପୁଅ ବିଜୟ ହାସଲ କରିବେ ।
କାରଣ ଅପରାଜିତାଙ୍କ ଆଗରେ ଏବେ ଅନେକ ଆହ୍ୱାନ ରହିଛି। ଗତ ପାଞ୍ଚ ବର୍ଷରେ ଅପରାଜିତା କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି ଭୋଟରମାନେ ତା’ର ଏବେ ହିସାବ ରଖିଛନ୍ତି । ତା’ଛଡ଼ା ଭୁବନେଶ୍ୱର ଉତ୍ତର, ଜୟଦେବ, ଖୋର୍ଦ୍ଧା ଏବଂ ବୋଲଗଡ଼-ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେପି ନୂଆ ପ୍ରାର୍ଥୀ ଦେଇଛି। ତେଣୁ ଏହି ବିଧାୟକ ପ୍ରାର୍ଥୀମାନଙ୍କ ବଳ ଉପରେ ଅପରାଜିତାଙ୍କ ଭାଗ୍ୟ ନିର୍ଭର କରୁଛି। କେବଳ ସେତିକି ନୁହେଁ ଭୁବନେଶ୍ୱର ଲୋକସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଚେକ୍ ଦେବା ପାଇଁ କଂଗ୍ରେସ ନୂଆ ତଥା ଯୁବ ଚେହେରାଙ୍କୁ ପ୍ରାର୍ଥୀ କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଉପରେ ଦଳ ଭରସା କରିଛି। ସେ ଯୁବ ଭୋଟରଙ୍କ ମନ ଜିଣିବା ସହ ସଂଖ୍ୟାଲଘୁ ଭୋଟ ପାଇବେ ବୋଲି କଂଗ୍ରେସ ଆଶା ରଖିଛି। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସିନେ ତାରକା ବିଜୟ ମହାନ୍ତି ଯେତିକି ଭୋଟ ପାଇଥିଲେ ତା’ଠୁ ବହୁତ କମ୍ ଭୋଟ ପାଇଥିଲେ ଜନାର୍ଦ୍ଦନ। କଂଗ୍ରେସ ଭୋଟ ବିଜେପି ଆଡ଼କୁ ଯାଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏଥର କଂଗ୍ରେସ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଥିବାରୁ ସେ ଭଲ ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି।ଭୁବନେଶ୍ୱର ସହର ସହିତ ୭ଟି ବିଧାନସଭା ଆସନରେ ବିଜେଡି ଓ ବିଜେପିର ହେଭିୱେଟ ନେତାମାନେ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗୁଛନ୍ତି। ତେବେ ଏହି ପ୍ରାର୍ଥୀ ମାନଙ୍କ ସହ ଯୋଡି ହୋଇ ରହିଛି ସାଂସଦ ପ୍ରାର୍ଥୀଙ୍କ ଭାଗ୍ୟ ।
ଯାହା ଆସନ୍ତା କାଲି ଜଣାପଡିବ । ୨୦୧୯ରେ 6 ଟି ଆସନ ବିଜେଡି ଖାତାକୁ ଯାଇଥିଲା କେବେଳ ଜଟଣୀ ଆସନରେ କଂଗ୍ରେସ ନେତା ସୁର ରାଉତରାୟ ବିଜୟ ହୋଇଥିଲେ ତେବେ ଏଥର ବିଜେଡି ବିଜେପି ଏହି ଆସନ କୁ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ।ସେଥିପାଇଁ କେତେ ଆସନରେ କେଉଁ ଦଳର ପ୍ରାର୍ଥୀ ବାଜି ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଭୁବନେଶ୍ୱରର ତିନୋଟି ଯାକ ଆସନରେ ବିଜେଡି ପ୍ରାର୍ଥୀ ବଦଳାଇ ନାହିଁ। ପୁରୁଣା ମୁହଁକୁ ପୁଣିଥରେ ଟିକେଟ ଦେଇଛି। ବିଜେପି ଦୁଇଟି ଆସନରେ ପୁରୁଣା ପ୍ରାର୍ଥୀ ଦେଇଥିବା ବେଳେ ଭୁବନେଶ୍ୱର ଉତ୍ତର ଆସନରେ ପ୍ରାର୍ଥୀ ବଦଳାଇଛି। ଏଠାରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରିୟଦର୍ଶି ମିଶ୍ରଙ୍କୁ ଟିକେଟ ଦେଇଛି ବିଜେପି। ସେହିପରି ଜୟଦେବ ଆସନରେ ୨୦୧୯ରେ ବିଜୟୀ ହୋଇଥିବା ଅରବିନ୍ଦ ଢାଲି ଏଥର ବିଜେପିରେ ଯୋଗ ଦେଇ ଟିକେଟ ନେଇଛନ୍ତି। ବିଜେଡି ସେଠି ନୂଆ ମୁହଁକୁ ପ୍ରାର୍ଥୀ କରିଛି। ତେବେ କିଏ ଏହି ନିର୍ବାଚନୀ ଡଙ୍ଗା ପାର ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।