Pratidin TV

Odisha's Digital News Platform

ଅତି ନିର୍ମମ ଭାବେ ସ୍ତ୍ରୀର ଜୀବନ ନେଇଥିଲା , ୨ବର୍ଷ ପରେ ଫାଶିଦଣ୍ଡ ମିଳିଲା ।

1 min read

ଭୁବନେଶ୍ୱର ; ଦୀର୍ଘ ୨ ବର୍ଷ ପରେ ନ୍ୟାୟ ପାଇଲା ମୃତ ସରୋଜିନୀଙ୍କ ଆତ୍ମା । ୨୦୨୨ ଜୁନ ୯ ରେ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆରେ ସ୍ତ୍ରୀ ସରୋଜିନୀଙ୍କୁ ବିଭତ୍ସ ହତ୍ୟା କରିଥିଲା ସ୍ୱାମୀ ସଞ୍ଜିତ । ଅଭିଯୁକ୍ତର ଝିଅ, ଅଭିଯୁକ୍ତର ମା’ ଓ ଭାଉଜ ଏହି ଲୋମହର୍ଷଣକାରୀ କାହାଣୀ ବଖାଣିବା ପରେ ଆଜି ସଞ୍ଜିତକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି ଭୁବନେଶ୍ୱର ADJ କୋର୍ଟ ।

ଘଟଣା ଅନୁସାରେ ୨୦୨୨ ଜୁନ ୯ ସକାଳ ପ୍ରାୟ ୧୧ ଟା ସମୟରେ ଘଟିଥିଲା ଏଭଳି ଲୋମହର୍ଷଣକାରୀ ଘଟଣା । ନିଶା ଖାଇବାକୁ ସ୍ତ୍ରୀ ସରୋଜିନୀ ସେ ସମୟରେ ଟଙ୍କା ନଦେବାରୁ ପିଶାଚ ସାଜିଥିଲା ସ୍ୱାମୀ । କେବଳ ସ୍ତ୍ରୀକୁ ମାରିନଥିଲା ବରଂ ୬ ବର୍ଷର ନିଷ୍ପାପ ଝିଅ ଦେହରେ ଛୁରୀ ଭୁଷି କ୍ଷତାକ୍ତ କରିଦେଇଥିଲା ।

Leave a Reply

Your email address will not be published. Required fields are marked *