ମାର୍ଚ୍ଚ ମାସ ତାତିରୁ ମିଳିବ ମୁକ୍ତି , ୧୯ ରୁ ଆସୁଛି କାଳବୈଶାଖୀ !
1 min readଭୁବନେଶ୍ୱର ; ମାର୍ଚ୍ଚ ମାସ ତାତିରୁ ମିଳିବ ମୁକ୍ତି, ଆସୁଛି କାଳବୈଶାଖୀ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଙ୍ଗୋପସାଗର ଉପକୂଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖ ଓ ୨୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିମି ରହିବ। ଏଥିସହ କୁଆପଥର ମାଡ଼ ହେବ। କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।