Pratidin TV

Odisha's Digital News Platform

(ଭିଡିଓ)ରାଜଧାନୀ ଭୁବନେଶ୍ୱରରେ ଜିରୋ ନାଇଟ୍ ଆତଙ୍କ , ଭାଇରାଲ ହେଲା ଭିଡିଓ ..

କେନ୍ଦ୍ରାପଡା : ନୂଆ ବର୍ଷକୁ ସ୍ୱାଗତ ଖୁସିରେ ଗୀତ ନାଚ ମୌଜ ମଜଲିସ୍‌ରେ ଝୁମୁ ଥିଲେ ରାଜଧାନୀବାସି । ଏହି ସମୟରେ ହଠାତ୍ କିଛି ଜାଗାରେ ଆତଙ୍କ ସୃଷ୍ଟି କଲେ ଦୁବୁର୍ତ୍ତ । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦୁବୁର୍ତ୍ତମାନେ ବାଇକ୍‌ରେ ଆସି ହୋହାଲ୍ଲା ହେବା ସହ ,ଅଧା ରାତିରେ ଖଣ୍ଡା ଧରି ଆତଙ୍କ ମଚାଇଥିଲେ । ଏପରି ଘଟଣା ଘଟିଛି ନୟାପଲ୍ଲୀ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ୭ରୁ ୮ ଜଣ ଦୃବୃତ୍ତ ହଠାତ୍ ଗତକାଲି ରାତିରେ ଲୋକଙ୍କୁ ଭୟବିତ୍ତ କରିବା ସହ ପାଖରେ ଥିବା ଗୋଟିଏ ଟ୍ରକ୍ ଓ କିଛି ଗାଡି ଗୁଡିକୁ ଟେକା ପଥର ମଧ୍ୟ ଫିଙ୍ଗି ଥିଲେ । ଫଳରେ ଟ୍ରକ୍ ଆଗପଟ କାଚ ସମ୍ପୁର୍ଣ୍ଣ ରୂପେ ଭାଙ୍ଗିଯାଇଥିବା ବେଳେ ଅନ୍ୟ ଗାଡ଼ିକୁ ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ କଏଦ ହୋଇଛି । ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନଥିବା ବେଳେ ଆକ୍ସନ ମୋଡ଼୍ କୁ ଆସିଛି ନୟାପଲ୍ଲୀ ପୋଲିସ୍ ।

Leave a Reply

Your email address will not be published. Required fields are marked *