ରାଜଧାନୀରେ ଦମ୍ପତ୍ତିଙ୍କ ଆତ୍ମହତ୍ୟା : ଫ୍ୟାନରେ ଝୁଲିଗଲେ ସ୍ୱାମୀ ଓ ସ୍ତ୍ରୀ
1 min readଭୁବନେଶ୍ୱର : ଭୁବନେଶ୍ୱର ଯେପରି ପାଲଟିଯାଇଛି ଆତ୍ମହତ୍ୟା ନଗରୀ । ଏଠି ପ୍ରତ୍ୟକଦିନ ଘଟୁଛି ଏଭଳି ହୃଦୟ ବିଦାରକ ଦୁର୍ଘଟଣା । ପ୍ରତ୍ୟକଦିନ ଏଠି କିଏନା କିଏ ଝୁଲିଯାଇଛି ପଙ୍ଖାରେ । ସେହିଭଳି ଆଜି ରାଜଧାନୀର ଲକ୍ଷ୍ମୀସାଗରର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା ।
ଘର ଭିତରେ ଫ୍ୟାନରେ ଝୁଲି ପଡିବା ଅବସ୍ଥାରେ ମିଳିଛନ୍ତି ସ୍ୱାମୀ ସଞୟ ପେରିୱାଲ ଓ ସ୍ତ୍ରୀ ସଞନା ପେରିୱାଲ । ସୂଚନାମୁତାବକ ସ୍ତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ସଞୟଙ୍କ ଅବସ୍ଥା ଗୁରୁତର ଅଛି । ଗୁରୁତର ଅବସ୍ଥାରେ ହିଁ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ସଞୟ ଏକ ଲୁଗା ଦୋକାନରେ କାମ କରନ୍ତି ବୋଲି ସୂଚନା ମିଳୁଛି । ଉଭୟ କେଉଁ କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଏଯାଂ ଜଣା ପଡିନାହିଁ ।ତେବେ ପାରିବାରିକ କଳହ କିମ୍ବା କୌଣସି ପ୍ରକାରର ମାନସିକ ଚାପରୁ ଏଭଳି କରିଥିବା ଅନୁମାନ ଲଗାଯାଇଛି । ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।