Pratidin TV

Odisha's Digital News Platform

ମୃତ୍ୟୁ ବେଳେ ବି ଛାଡିଲାନି ଦୋସ୍ତି , ସାଙ୍ଗ ହୋଇ ଖୋଲିଥିଲେ ଦୋକାନ ଆଉ ସାଙ୍ଗ ହୋଇ ବୁଜିଲେ ଆଖି ….

1 min read

ଆଜି କେବଳ ରାଜଧାନୀ ନୁହଁ ବରଂ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି ଭୁବନେଶ୍ୱର ପାର୍କିଂ ଡବଲ ମର୍ଡର । ଦୁଇ ସାଙ୍ଗଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି କିଛି ଦୃବୁତ୍ତା ତେବେ ଘଟଣାଟି ଏମିତି ଥିଲା କି ରଶ୍ମି ଓ ସମ୍ଭିତ ଦୁଇ ସାଙ୍ଗ ଭୁବନେଶ୍ୱରରେ ଏକ ଚିକେନ ଦୋକାନ ଖୋଲି ନିଜ କାରବାର ଚଳାଇଥିଲେ ।

ଆଉ ଗତ ତିନି ଦିନ ଭିତରେ ହତ୍ୟାକାରୀ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ଆଉ ସହ ଗାଡି ପାର୍କିଂକୁ ନେଇ ବଚସା ସୃଷ୍ଟି ହୋଇଥିଲା । ଯାହାର ପରିଣାମ ସୂରୂପ ଗଣେଶ ମଲ୍ଲିକ ଓ ପପୁ ମଲ୍ଲିକ ସୁଯୋଗ ଦେଖି ନିଜର ସହଯୋଗିଙ୍କ ସହ ଆସି ରଶ୍ମି ଓ ସମ୍ଭିତଙ୍କ ଉପରକୁ ଅତିର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ଘଟଣାସ୍ଥଳରେ ରଶ୍ମି ରଂଜନ ସେଠୀଙ୍କ ମୃତ୍ୟୁ ହେଇଥିବା ବେଳେ ସାଙ୍ଗ ସମ୍ବିତ ରାଉତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାର ଛାନଭିନ୍ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Advertisement

ତେବେ ଆଜି ଏହି ହତ୍ୟାକାଣ୍ଡରେ ରାଜ୍ୟବାସୀଙ୍କ ଛାତି ଥରାଇଥିବା ବେଳେ ଅନେକ ଦୁଇ ସାଙ୍ଗଙ୍କୁ ନେଇ ଚର୍ଚ୍ଚା ଚଳାଇଛନ୍ତି । ଦୁହିଁଙ୍କ ଭିତରେ ବନ୍ଧୁତା ଏତେ ଘନିଷ୍ଟ ଥିଲା ଯେ ରଶ୍ମିଙ୍କ ଉପରେ ଆକ୍ରମଣ ହେଉଥିବା ଦେଖି ନିଜକୁ ସମ୍ଭାଳି ପାରିନଥିଲେ ସମ୍ଭିତ । ଜଣେ ସ୍ୱାର୍ଥପର ବନ୍ଧୁ ଭଳି ସେଠାରୁ ଖସିଯିବା ପରିବର୍ତ୍ତେରଶ୍ମିଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ଆକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *