Pratidin TV

Odisha's Digital News Platform

ମଜାନେଉଛନ୍ତି ରାଜଧାନୀ ବାସୀ : ୩ ବର୍ଷପରେ ପୁଣି ଫେରିଲା ଫଥ ଉତ୍ସବ

ଭୁବନେଶ୍ୱର : ଦୀର୍ଘ ୩ ବର୍ଷ ପରେ ପୁଣି ଝୁମିଲେ ରାଜଧାନୀ ବାସୀ । କରୋନାର କାଳଛାୟ କବଳରୁ ଟିକେ ନିଶ୍ୱାସ ମାରି ଶୀତୁଆ ସକାଳରେ ମଜ୍ଜିଯାଇଛନ୍ତି ଦର୍ଶକ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧା ପର୍ଯ୍ୟନ୍ତ ସକାଳୁ ସକାଳୁ ଉଠି ଗଷଳି ଲଗାଇଛନ୍ତି ଏହି ଉତ୍ସବରେ । ନୂଆବର୍ଷର ଆଗମନରେ ସମସ୍ତଙ୍କ ମନରେ ଉତ୍କଣ୍ଠା ଆଗ୍ରହ ଦେଖିବାକୁ ମିଳିଛି । ଏନେଇ ସକାଳ ୬ରୁ ରାଜଧାନୀର ରୋଡ୍ ହୋଇଉଠିଛି ଚଳଚଞ୍ଚଳ ।

ଏହି ଉତ୍ସବରେ ଅନେକ ପ୍ରକାରର ସାଂସ୍କୁତିକ,ଆଧୁନିକ ସହ ସବୁ ପ୍ରକାରର କଳା ପ୍ରଦର୍ଶନ କରାଯାଏ । ବଲିଉଡ୍ ଓଲିଉଡ୍ ଷ୍ଟାର ସହ ସିଙ୍ଗର ମାନଙ୍କର ପଫୋମାନ୍ସ ମଧ୍ୟ ଖୁବ୍ ଜମେ । ଏହାସହସ୍କୁଲ କଲେଜ ଛାତ୍ରଚାତ୍ରୀମାନଙ୍କର ବିଭିନ୍ନ ନାଚ ଗୀତ ସହକଳାକୃତି ମଧ୍ୟଲୋକଙ୍କ ମନ ଜିଣିଥାଏ । ଯାହା ପାଇଁ ଶୀତୁଆ ସକାଳକୁ ଖାତିର ନକରି ଧାଇଁ ଆସିଛନ୍ତି ରାଜଧାନୀ ବାସୀ ।
ତେବେ ଆଜି ଆଜି ରାଜଧାନୀର ରାମ ମନ୍ଦିର ଛକଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ଏହି ଉତ୍ସବ ଆୟୋଜିତ ହେବ । ସେଥିପାଇଁ ଦୁଇଟି ସାଂସ୍କୃତିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ଲୋକମାନେ ସକାଳୁ କିପରି ଫିଟ୍ ରହିପାରିବେ, ସେଥିପାଇଁ ସାଇକେଲିଂ, ଯୋଗ, ସ୍କେଟିଂର ସୁବିଧା କରାଯାଇଛି । ସୁନାମଧନ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ, ରକ ବ୍ୟାଣ୍ଡ ଗ୍ରୁପ୍, ସମ୍ବଲପୁରୀ ଡ୍ୟାନ୍ସ ଗ୍ରୁପ ଓ ଗୀତ ପରିବେଷଣ କରାଯିବ । ଛୋଟ ପିଲାମାନେ ମଧ୍ୟ ଡ୍ରଇଂ କରିବେ ।

ପଥ ଉତ୍ସବ ପୁଣି ଫେରିଥିବା ବେଳେ ପ୍ରଦର୍ଶନୀ ପଡ଼ିଆ ଓ ଏକାମ୍ର ହାଟରେ ବିଭିନ୍ନ ଖାଦ୍ୟ ପ୍ରଦର୍ଶନୀ, ବଲିଉଡ ତାରକାଙ୍କ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଆସନ୍ତା ମାସ ୮ ଓ ୧୫ ତାରିଖରେ ମଧ୍ୟ ରାଜଧାନୀରେ ପଥ ଉତ୍ସବ ଆୟୋଜିତ ହେବ ।

Leave a Reply

Your email address will not be published. Required fields are marked *