Pratidin TV

Odisha's Digital News Platform

ପୋଲିସ ହାତରେ Olx ଠକ, ଘରଭଡ଼ା ଦେବାକୁ କହି ଲୁଟୁଥିଲା ଟଙ୍କା..

1 min read

ଆପଣ ରାଜଧାନୀରେ OLX ରେ ଘର ଭଡା ଖୋଜୁଛନ୍ତି କି ? ଆପଣ ଘରଭଡା ନେବା ପୂର୍ବରୁ କାହାକୁ ପେମେଣ୍ଟ କରିଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । ଆପଣବି ହୋଇପାରନ୍ତି ଠକେଇର ଶିକାର । ବିଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାର ଠକେଇ କରିଥିବା ଯାଜପୁରର ଦୁଇ ଜଣ ଠକଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ ।

OLXରେ ଘରଭଡା ପାଇଁ ମିଛ ବିଜ୍ଞାପନ ଦେଉଥିଲେ । ପରେ ଇଛୁକ ଗ୍ରାହକ ଙ୍କୁ ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ । ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ । ପରେ ଘର ଦେବାକୁ କହି ଅଗ୍ରୀମ ୭ ରୁ ୧୫ ହଜାର ନେଇ ଚମ୍ପଟ ମାରୁଥିଲେ । ଠକଙ୍କ ବିରୁଦ୍ଧରେ କମିଶନରେଟ ପୋଲିସରେ ଅଭିଯୋଗ ହୋଇଥିଲା । ଲୋକଙ୍କୁ ଠକିବା ପରେ ଆଜି ଉଭୟଙ୍କୁ ଧରିଛି କମିଶନରେଟ୍ ପୋଲିସ । 

Advertisement

ଯଦି ଆପଣ ଅନଲାଇନ ଘର ଭଡା ନେଉଛନ୍ତି ତେବେ ପ୍ରଥମେ ଘରର ଠିକଣା ଆଉ ଭଡା ପାଇଁ ସେଇ ଘର ଅଛିକି ନାହିଁ ତାର ଯାଞ୍ଚ ସଠିକ ଭାବରେ କରନ୍ତୁ । ତାପରେ ପେମେଣ୍ଟ କରନ୍ତୁ ଆଉ ଘରେ ରୁହନ୍ତୁ । ନଚେତ ଆପଣଙ୍କର ଶୀଘ୍ର ଶୀଘ୍ର ଘର ଖୋଜିବାଟା କାହାର ଠକାମିର ଆଧାର ସାଜିପାରେ । ତେଣୁ ଘରଭଡା ନେବା ବେଳକୁ ସତର୍କ ଓ ସଚେତନ ରହି ଅନଲାଇନରେ ଟଙ୍କା ଦିଅନ୍ତୁ

Leave a Reply

Your email address will not be published. Required fields are marked *