Pratidin TV

Odisha's Digital News Platform

ନୃଶଂସ ପୁଅର ଗୁମର ଫିଟାଇଲା ମା’ , ପାଠୁଆ ପୁଅ କେମିତି ପାଲଟିଥିଲା ସୈତାନ ।

1 min read

ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରଙ୍ଗମାଟିଆର DHPL ଆପାର୍ଟମେଣ୍ଟରେ ଘଟିଥିବା ଜଘନ୍ୟ କାଣ୍ଡ ଏଯାଏଁ ଲୋକଙ୍କ ମନରୁ ଲିଭିିନି । କିଭଳି ଜଣେ ପୁଅ ତା ବାପାର ଜୀବନ ନିଜ ହାତରେ ନେଇପାରିଲା ତାହା ପୁରା ରାଜଧାନୀ ବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଏହାରି ଭିତରେ ଅଭିଯୁକ୍ତ ମା ଅର୍ଥାତ୍ ମୃତକଙ୍କ ପତ୍ନୀ ଆଣିଛନ୍ତି ପୁଅ ନାଁରେ ଅଭିଯୋଗ ଆଉ ବଖାଣିଛନ୍ତି ସେଦିନ ରାତିର ଛାତିଥରା ଦୃଶ୍ୟ । କିଭଳି ନିଜ ପାଠୁଆ , ଚାକିରିଆ ପୁଅ ସୈତାନ ସାଜି ନିଜ ବାପାର ଜୀବନ ନେଇଯାଇଥିଲା ।

ଅଭିଯୋଗ- ଗତ ୩ ତାରିଖରେ ମୋ ଘରେ ଘଟି ଯାଇଥିବା ଛାତିଥରା କାହାଣୀ ବାବଦରେ ଆପଣଙ୍କୁ ଅବଗତ କରାଉଛି । ସବୁଦିନ ଭଳି ସେଦିନ ବି ରାତିରେ ଖାଇ ସାରିବା ପରେ ସ୍ୱାମୀ ସୁନୀଲ ଓ ମୁଁ ସୁନୀତା ଶୋଇବା ପାଇଁ ବେଡରୁମକୁ ଯାଇଥିଲୁ । ଆମ ପୁଅ ଅନିରୁଦ୍ଧ ଆରପଟ ରୁମରେ ଥାଏ । ରାତି ପ୍ରାୟ ୪ଟା ବେଳେ ହଠାତ ଚିତ୍କାର ଶୁଣି ଚମକି ପଡିଲି। ଦେଖିଲା ବେଳକୁ ଅନିରୁଦ୍ଧ ହାତରେ ରୋଷେଇ ଘରର ଛୁରୀ ଧରି ମୋ ସ୍ୱାମୀଙ୍କୁ ଭୁଷି ଚାଲିଛି। ହଠାତ ନିଦ ଭାଙ୍ଗି ଦେଖିଲା ବେଳକୁ ବେଡଟି ସମ୍ପୂର୍ଣ୍ଣ ରକ୍ତରେ ଭିଜି ଯାଇଥାଏ । ପୁଅକୁ ବହୁତ ଜୋରରେ ପାଟିକଲି। ସେ ତା’ ବାପାକୁ ଛୁରୀ ଭୁଷି ସାରିବା ପରେ, ସ୍ତବ୍ଧ ହୋଇ ଠିଆ ହୋଇଥିଲା । ସ୍ୱାମୀଙ୍କ ଏଭଳି ଅବସ୍ଥା ଦେଖି କେୟାର୍ଟେକର ଆଲୋକ, ପଡୋଶୀ ଆଉ ୧୦୮କୁ କଲ କରି ଜଣାଇଥିଲି।

ଅନ୍ୟପଟେ ପୋଲିସ ଏହି ହତ୍ୟା ଘଟଣାରୁ କ୍ୟାପିଟାଲ ହସ୍ପିଟାଲରୁ ଶବ ବ୍ୟବଚ୍ଚେଦ ରିପୋର୍ଟ ସଂଗ୍ରହ କରିଛି। ହସ୍ପିଟାଲ ଡାଇରେକ୍ଟରଙ୍କ ତଥ୍ୟ ଅନୁସାରେ, ଅଭିଯୁକ୍ତ ପୁଅ ବୃଦ୍ଧ ବାପାଙ୍କ ଛାତିକୁ ଛୁରି ଭୁଷିବା ବେଳେ ପିଞ୍ଜରା ଭେଦି ଫୁସଫୁସରେ ବାଜିଥିଲା ଛୁରୀ। ଛାତିରେ ଜମିଯାଇଥିଲା ପ୍ରାୟ ୩ ଲିଟର ରକ୍ତ। ଯାହାଫଳରେ ବାପା ସୁନୀଲଙ୍କ ଜୀବନ ଚାଲିଯାଇଥିଲା ।
ତେବେ ଆପଣଙ୍କ ଜାଣିବା ନିମନ୍ତେ କହିରଖୁଛି ଯେ ଅଭିଯୁକ୍ତ ଅନିରୁଦ୍ଧ ଜଣେ ଲ କଲେଜର ପ୍ରଫେସର ଅଟେ । ଯିଏ ନିଜ ରାଗ ଆଉ ଟଙ୍କା ପାଇଁ ନିଜ ବାପାକୁ ହତ୍ୟା କରିବା ସହ ନିଜ ଭବିଷ୍ୟତକୁ ଅନ୍ଧକାରକୁ ଠେଲିଦେଲା ।

Leave a Reply

Your email address will not be published. Required fields are marked *