ଭୁବନେଶ୍ୱରରେ ବସ୍ତି ବୁଲିଲେ ବିଲ୍ ଗେଟ୍ସ , ମୁଖ୍ୟମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା ..
1 min readଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସ ।ମଙ୍ଗଳବାର ରାତିରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଆଜି ଭୁବନେଶ୍ୱରରେ ମା ମଙ୍ଗଳାବସ୍ତି ବୁଲିଛନ୍ତି ବିଶ୍ୱର ଅନ୍ୟତମ ଧନୀ ବିଲ୍ ଗେଟ୍ସ । ବସ୍ତି ବୁଲିବା ସହ ବିଲ୍ ଗେଟ୍ସ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଛନ୍ତି । ଘରକୁ ଘର ଯାଇ ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ପଚାରି ବୁଝିଛନ୍ତି । ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଛନ୍ତି ଓ ମୁକ୍ତା ଯୋଜନାରେ କାମକୁ ନେଇ ଆଲୋଚନା କରିଛନ୍ତି ।
ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ ପାନୀୟ ଜଳ ମିଳୁଛି । ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନ ଶୈଳୀ ପାଇଁ କିପରି ସରକାର ସୁନ୍ଦର ବ୍ୟବସ୍ଥା କରିଛନ୍ତି ତାହା ବୁଲି ଦେଖିଛନ୍ତି ବିଲ ଗେଟସ୍ । ବସ୍ତିରେ ଥିବା ଅଙ୍ଗନୱାଡି କେନ୍ଦ୍ର ବୁଲିବା ସହ ପିଲାମାନଙ୍କ ସହ ଆଲୋଚନା କରିଥଲେ । ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେ ନେଇ ବିଲ ଗେଟସ୍ ଉଦ୍ୟମ କରିବେ । ଅନ୍ୟପଟେ ବିଲ୍ ଗେଟସ୍ ବସ୍ତିକୁ ଆସି ଲୋକଙ୍କ ସହ ଆଲୋଚନା କରିଥିବାରୁ ଖୁସି ଜାରି କରିଛନ୍ତି ବସ୍ତିବାସିନ୍ଦା ।
ପରେ କୃଷି ଭବନ ପରିଦର୍ଶନ କରି କୃଷି ସମୀକ୍ଷା କେନ୍ଦ୍ରର ଅନୁଧ୍ୟାନ କରିଛନ୍ତି । ମିଶନ୍ ଶକ୍ତି ବଜାରରେ ବୁଲି ଦେଖିଥିଲେ ବିଲ୍ ଗେଟ୍ସ । ଏହାପରେ ବିଲ୍ ଗେଟ୍ସ ମିଶନ ଶକ୍ତି ବଜାରର ସବୁ ଷ୍ଟଲକୁ ଗୋଟିଗୋଟି କରି ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ । ମିଶନ ଶକ୍ତି ବଜାର ବୁଲି କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣି ସାଥିରେ ନେବା ସହ ବିଲ୍ ଗ୍ରେଟ୍ସ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବଜାର ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି । ବିଲ୍ ଗେଟ୍ସଙ୍କ ଓଡ଼ିଶା ଗସ୍ତ ଅନେକ ସମ୍ଭାବନା ନେଇଆସିଛି । ବିଶଷକରି କୃଷି କ୍ଷେତ୍ରେରେ ଏଆଇର ପ୍ରଚଳନ ଏବଂ ଜାଗାମିଶନ ଓ ମିଶନ ଶକ୍ତି କ୍ଷେତ୍ରେର ନୂଆ ଆଶା ନୂଆ ସମ୍ଭବନା ସୃଷ୍ଟି ହୋଇଛି ।