Pratidin TV

Odisha's Digital News Platform

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ନିର୍ଦ୍ଦୁମ୍ ଛେଚିଲେ ଦୁର୍ବୁତ୍ତ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌ର ଏଭଳି ଦୃଶ୍ୟ ….

1 min read

ଭୁବନେଶ୍ୱର ; ଭୁବନେଶ୍ୱରର ଚାଞ୍ଚଲ୍ୟକର ଘଟଣା । ହସ୍ପିଟାଲ ଭିତରେ ପଶିଲେ ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ। ସିକୁରିଟି ଙ୍କ ପାଖରୁ ଆରମ୍ଭ କରି ଯାହାକୁ ପାଇଲେ ତାକୁ ମାରିଲେ। କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହେଲା ଭୁବନେଶ୍ବରର ଶ୍ରୀ ହସ୍ପିଟାଲ ଭିତରେ। କେଉଁ ଭଳି ଭାବରେ କିଛି ଦୁର୍ବୃତ୍ତ ବିନା କାରଣରେ ହସ୍ପିଟାଲ ଭିତରକୁ ପଶି ଆସି ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି। ଏଭଳି ଦୃଶ୍ୟ କଏଦ ହୋଇଛି ସିସିଟିଭିରେ। ଏନେଇ ବଡଗଡ ଥାନାରେ ହସ୍ପିଟାଲ ତରଫରୁ ଏକ ମାମଲା ରୁଜୁ ହୋଇଛି।

ଖବର ଅନୁଯାୟୀ ଏମିତି ଅମାନୁଷିକ ଭାବରେ ଆକ୍ରମଣ କରିଥିବା ଯୁବକ ମାନଙ୍କର ସମ୍ପକ୍ରିୟଙ୍କୁ ଉକ୍ତ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ଆସିଥିଲେ। ହେଲେ ରୋଗୀର ସ୍ୱାସ୍ଥ୍ୟ ବସ୍ଥାରେ ଅନେକ ସମସ୍ୟା ରହିଥିଲା।ଯାହାର ଚିକିତ୍ସା ଅନ୍ୟ ହସ୍ପିଟାଲରେ ହୋଇପାରିବ ବୋଲି ସ୍ପଷ୍ଟ କରିଥିଲେ ହସ୍ପିଟାଲ କତ୍ତୃପକ୍ଷ । ହେଲେ କିଛି ନଶୁଣିକି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ।

Advertisement

ରୋଗୀଙ୍କ ରୋଗ ଅନୁସାରେ ଭଲ ଟ୍ରିଟମେଣ୍ଟ ପାଇଁ ଅନ୍ୟ ହସ୍ପିଟାଲରେ ସେହି ସୁବିଧା ରହିଚି ବୋଲି ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରରେ ଏକ ବଡ଼ ହସ୍ପିଟାଲ୍ କୁ ରୋଗୀକୁ ନେଇଥିଲେ। ହେଲେ ସେଠାରେ ସେହି ରୋଗୀର ମୃତୁ ହେବା ପରେ, ସେହି ରୋଗୀଙ୍କ ସମ୍ପକ୍ରିୟ ମାନେ ଶ୍ରୀ ହସ୍ପିଟାଲକୁ ଆସିକି ଏମିତି ଉନ୍ମତ କାଣ୍ଡ ଘଟାଇଥିଲେ । ଯାହାକୁ ପାରିଥିଲେ ତାକୁ ମାରିଲେ। ଯାହାକୁ ନେଇକି ହସ୍ପିଟାଲରେ ଆତଙ୍କ ଖେଳି ଯାଇଥିଲା। ଅନ୍ୟ ରୋଗୀ ମାନେ ବି ଭୟଭୀତ ହୋଇ ପଡ଼ିଥିଲେ। ଅମାନୁସିକ ଭାବେ ମାଡ଼ ମାରିଚାଳିଲେ। ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *