ଭୁବନେଶ୍ୱରରୁ – ଜୟପୁର : ଆଜିଠୁ ଉଡିଲା ଇଣ୍ଡଆୱାନ ବିମାନ
1 min readଭୁବନେଶ୍ୱର : ଯାତ୍ରୀମାନଙ୍କ ପାଇଂ ଖୁସିଖବର । ଏବେ ଆଉ କୋରାପୁଟକୁ ବସ୍ କିମ୍ବା ଟ୍ରେନରେ ୭ରୁ୮ ଘଣ୍ଟା ବସି ଯାତ୍ରା କରିବାକୁ ପଡିବନି । ଆଜିଠୁ ଆର୍ଥାତ୍ ୩୧ ଅକ୍ଟୋବର ସୋମବାର ଠାରୁ ଉଡିଲା ଇଣ୍ଡଆୱାନ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆଓ୍ୱାନ ବିମାନ।ଏହି ବିମାନରେ ୯ଟି ସିଟ୍ ରହିବ। ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ୨,୫୦୦ ଟଙ୍କା ରହିଛି। ତେବେ ପ୍ରଥମେ ଟିକେଟର ମୂଲ୍ୟ ୯୯୯ ଟଙ୍କାରେ ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ।
ବିମାନଟି ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ ଭରିବ। ଅପରାହ୍ନ ୧. ୨୦ରେ ଏହା ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା ୧. ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ। ଅପରାହ୍ନ ୨ଟା ୩୦ରେ ଏହା ବିଶାଖାପାଟଣାରେ ପହଞ୍ଚିବ। ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ମିଳିସାରିଛି ଏରୋଡ୍ରମ୍ ଲାଇସେନ୍ସ। ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଅନୁମତି ଦେଇଥିଲା । ‘ଉଡାନ୍’ ଯୋଜନାରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ (DGCA) ପକ୍ଷରୁ ସୂଚନା ଦିଆଯାଇଥିଲା।