ଛାତି ଫଠେଇ କାନ୍ଦୁଛି ଭଉଣୀ , ହେଲେ ଆଉ ଫେରିବନି ଭାଇ ଅଞ୍ଜନ ।
1 min readଭୁବନେଶ୍ୱର ; ଭାଇକୁ କୁଆଡେ ନିଅନି ତାକୁ ଭାରି କଷ୍ଟ ହେବ । ମୁଁ ତା ବିନା ବଞ୍ଚିପାରିବିନି , ଭାଇଲୋ କହି ରଡି ପକାଇ ବେହୋସ୍ ହେଉଯାଉଛି ସୁନା ଭଉଣୀ । ଆଜି ଗେହ୍ଲି ଭଉଣୀକୁ ବୁଝାଇବାକୁ ନାହିଁ ଏକମାତ୍ର ଭାଇ ଅଞ୍ଜନ । ଭଉଣୀ ହାତରୁ ରାକ୍ଷୀ ବାନ୍ଧି ତାକୁ ସରା ଜୀବନ ସୁରକ୍ଷା ଦେବାକୁ କହିଥିଲା ଭାଇ କିନ୍ତୁ ଅଧା ରାସ୍ତାରୁ ଏକା କରିଚାଲିଗଲା । ଆଉ ପୁଅକୁ ହରାଇ ନିଶବ୍ଦ ହୋଇପଡିଛି ମା , ପରେ ଘରେ କାମ କରି ପୁଅଖୁ ବଡ ମଣିଷ କରିଥିଲା ପୁଅ ବଡ ହେଲେ ସବୁ ଦୁଃଖ ଯିବ ଭାବି ଏକାକି ସବୁ କଷ୍ଟ ସହିଯାଇଥିଲା । ହେଲେ ରୋଜଗାର କରିବା ବୟସ ପୁଅ ଆଖିବୁଜିଲା । ନିହାରିକାର ତ୍ରୀକୋଣୀୟ ପ୍ରେମରେ ବଳିପଡିଗଲା ନୀରିହ ସାଙ୍ଗ ଅଞ୍ଜନ ।