Pratidin TV

Odisha's Digital News Platform

ବଙ୍ଗୋପସାଗରରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ପାଇଁ ବର୍ଷାରେ ଭିଜିବ ଦଶହରା, ଅକ୍ଟୋବର ୪ରୁ ୧୦ ପ୍ରବଳ ବର୍ଷା ସମ୍ଭାବନା

1 min read

ସରିଲା ମୌସୁମୀ ଏବେ ରାଜ୍ୟବାସୀଙ୍କୁ ଘାରିଲାଣି ବାତ୍ୟା ଭୟ | କାରଣ ଅକ୍ଟୋବର ମାସ ପହିଲିରୁ ଆରମ୍ଭ ହୋଇଯାଏ ବାତ୍ୟା ଋତୁ | ଅକ୍ଟୋବରରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସମୟରେ ଯେକୌଣସି ମୁହୂର୍ତ୍ତରେ ବାତ୍ୟା ବିପଦ ଦେଖାଯାଇପାରେ | ତେବେ ସବୁଠୁ ବଡ ବିଷୟ ହେଉଛି ଅକ୍ଟୋବର ସାଧରଣତଃ ଓଡିଶା ପାଇଁ ବାତ୍ୟା ଭୟ ଆଣିଥିବା ବେଳେ ଚଳିତ ଥର ବାତ୍ୟା ଭୟ ନଥିବା IMD ଡିଜି ପକ୍ଷରୁ ସୂଚନା ଦିଆଯାଇଛି | ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ | ଦକ୍ଷିଣ-ପୂର୍ବ ବାଂଲାଦେଶ ଉପରେ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି | ଆଗକୁ ଏହା ଲଘୁଚାପର ରୂପ ନେବା ପରେ ବାତ୍ୟାର ଭୟ ଦେଖାଯିବ | କିନ୍ତୁ ଓଡିଶା ପ୍ରତି ଏହାର ବିପଦ ନାହିଁ |

ଘୂର୍ଣ୍ଣିବଳୟ ସହ ଏକ ନିମ୍ନଚାପରେଖା ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ସହ ମିଆଁମାର ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ୪ ତାରିଖ ବେଳକୁ ଲଘୁଚାପ ରୂପ ନେଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାବେଳେ ଅଧିକ ଘନୀଭୂତ ହେବା କିମ୍ବା ବାତ୍ୟା ସମ୍ଭାବନା ନ ଥିବା ଆଇଏମ୍‌ଡି ମହାନିର୍ଦେଶକ |

Advertisement

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଭିଜିବ ପୂଜା ବଜାର | ଅକ୍ଟୋବର ୪ରୁ ୧୦ ପ୍ରବଳ ବର୍ଷା ସମ୍ଭାବନା |

Leave a Reply

Your email address will not be published. Required fields are marked *