ରାଜଧାନୀରେ ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ; ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ ..
1 min readଭୁବନେଶ୍ୱର : ରାଜଧାନୀରେ କଡା ସୁରକ୍ଷା ଭିତରେ ମଙ୍ଗଳବାର ରାତିରେ ପଟିଆ ରେଳ ଷ୍ଟେସନରୁ ୨ ନାବାଳିକାଙ୍କୁ ଅପହରଣ ପରେ ଗଣ ଦୁଷ୍କର୍ମ ମାମଲରେ ଆକ୍ସନ ମୋଡରେ ପୋଲିସ । ପୋଲିସର ନାକତଳେ ପଟିଆ ଅଞ୍ଚଳରେ ୨ ଦୁବୁର୍ତ୍ତ ଏଭଳି ଅଘଟଣ ଘଟାଇଥିବା ନେଇ ଚଳଚଞ୍ଚଳ ହୋଇପଡିଛି ପୋଲିସ । ଘଟଣାକୁ ୨୪ ଘଣ୍ଟା ନପୁରୁଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍ କରିବା ସହ ସହେଯାଗୀ ମାନଙ୍କୁ ଖୋଜୁଛି ପୋଲିସ ।
ତେବେ ମୁଖ୍ୟ ଅଭିଯୁକ୍ତଙ୍କ ନାଁ କୃଷ୍ଣ ମଲିକ୍ । ଘର କଟକ ବାଙ୍କୀ ଜିଲ୍ଲାର ପଦନପୁର ଅଞ୍ଚଳରେ । ସେହିପରି ଅନ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି (ବୁଲୁ) ତାଙ୍କୁ ପୋଲିସ୍ ଗିରଫ୍ କରିନାହିଁ । ବୁଲୁମଧ୍ୟ ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତେବେ ପୋଲିସ ବୁଲୁକୁ ଧରି ଏହି ଗଣ ଦୁଷ୍କର୍ମରେ ଆଉ କିଏ କିଏ ସପୃକ୍ତ ଅଛନ୍ତି ବୋଲି ତଦନ୍ତ ଚଳାଇଛି ।