Pratidin TV

Odisha's Digital News Platform

ବଲିଉଡ ଅଭିନେତ୍ରୀ ହେଲେ ଡେଙ୍ଗୁର ଆକ୍ରାନ୍ତ, ପୋଷ୍ଟ କରି ଦେଲେ ସୂଚନା

ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତ୍ରୀ ଭୂମି ପେଡନେକର । ଏନେଇ ସେ ନିଜେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ‘ଗୋଟେ ଡେଙ୍ଗୁ ମଶା ମୋତେ ଆଠ ଦିନ ଧରି ନିର୍ଯାତନା ଦେଇଛି । କିନ୍ତୁ, ଆଜି ଯେତେବେଳେ ମୁଁ ଉଠିଲି ମୋତେ ଭଲ ଲାଗିଲା, ତେଣୁ ମୋତେ ସେଲଫି ନେବାକୁ ପଡିଲା । ଡେଙ୍ଗୁ ମଶା ପ୍ରତି ସତର୍କ ରହିବାକୁ ଭୂମି ପ୍ରଶଂସକମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସମସ୍ତଙ୍କୁ ସତର୍କ ରହିବାକୁ ଏବଂ ସେମାନଙ୍କର ପ୍ରତିରକ୍ଷା କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ସେ କହିଛନ୍ତି ସାବଧାନ ରୁହନ୍ତୁ, କାରଣ ଗତ କିଛି ଦିନ ମୁଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ମଶା ଘଉଡାଇବା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆପଣଙ୍କର ପ୍ରତିରକ୍ଷା ଶକ୍ତି ବଜାୟ ରଖନ୍ତୁ । ପ୍ରଦୂଷଣ ବୃଦ୍ଧି ହେତୁ ଆମର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେଉଛି । ମୁଁ ଜାଣିଥିବା ଅନେକ ଲୋକଙ୍କର ନିକଟରେ ଡେଙ୍ଗୁ ହୋଇଛି । ଭୂମି ପେଡନେକର ତାଙ୍କ ପୋଷ୍ଟରେ ଡାକ୍ତର ଏବଂ କର୍ମଚାରୀମାନଙ୍କୁ ମଧ୍ୟ ଭଲ ଯତ୍ନ ନେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ।ଭୂମି ପେଡନେକରଙ୍କ ଏହି ପୋଷ୍ଟ ପରେ ସେଲିବ୍ରେଟଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଭୂମି ପେଡନେକରଙ୍କ ଫିଲ୍ମ କଥା କହିଲେ ଶେଷ ଥର ପାଇଁ ‘ଦି ଲେଡି କିଲର’ରେ ଦେଖିବାକୁ ମିଳିଥିଲା ।

ଏହି ଚଳଚ୍ଚିତ୍ରରେ ଭୂମି ପେଡନେକରଙ୍କ ସହ ଅର୍ଜୁନ କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅଜୟ ବାହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ନଭେମ୍ବର ୨ ରେ ବଡ ପରଦାରେ ମୁକ୍ତିଲାଭ କରିଥିଲା । ଏହାପୂର୍ବରୁ ଭୂମି କରଣ ବୁଲାନୀଙ୍କ ‘ଥ୍ୟଙ୍କ ୟ୍ୟୁ ଫର କମିଂ’ ରେ ନଜର ଆସିଥିଲେ । ଏହି ଅଭିନେତ୍ରୀ ଗୌରୀ ଖାନଙ୍କ ଦ୍ୱାରା ନିର୍ମିତ ଆଗାମୀ ଫିଲ୍ମ ‘ଭକ୍ତ’ରେ ନଜର ଆସିବେ । ଏହା ବ୍ୟତୀତ ଭୂମି ପେଡନେକରଙ୍କୁ ‘ମେରି ପତ୍ନୀ’ର ରିମେକରେ ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *