Pratidin TV

Odisha's Digital News Platform

ଏହି କାରଣ ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ବାଇଡେନ !

ଆସନ୍ତା ନଭେମ୍ବର ହେବାକୁ ଯାଉଛି  ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ହେଲେ ଏଥର  ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି  ଜୋ ବାଇଡେନ୍‌ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ଓହରିପାରନ୍ତି । ଏପରି ନିଷ୍ପତି କାହିଁକି ନେଇଛନ୍ତି ତାହାର କାରଣ ଜଣାପଡ଼ିନାହିଁ। ଏକ ରିପୋର୍ଟ ରୁ ପ୍ରକାଶ ଯେ , ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଷ୍ଟ୍ରପତି ପଦ ଦୌଡ଼ରୁ ଓହରି ଯାଇପାରନ୍ତି। ସେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। 

ସେ ତାଙ୍କ ଉତ୍ତରାଧିକାରୀ ଭାବରେ ଉପରାଷ୍ଟ୍ରପତି କମଲା ହେରିସଙ୍କୁ ସମର୍ଥନ କରିବେ ନାହିଁ। ଯାହା ଫଳରେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ରାସ୍ତା ଖୋଲିବା ନେଇ ଚର୍ଚ୍ଚା ହେଉଛି । ତେବେ କମଲା ହେରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପାରେ ବୋଲି ମଧ୍ୟ ଖବର ରହିଛି । କିଛି ଦିନ ପୂର୍ବେ ହୋଇଥିବା ପ୍ରେସିଡେନସିଆଲ୍ ବିତର୍କରେ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କ ଉପରେ ହାବି ହେଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରପା ଥିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଜୋ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ଓହରିପାରନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋରଧରିଛି ।

Leave a Reply

Your email address will not be published. Required fields are marked *