Pratidin TV

Odisha's Digital News Platform

ସାମ୍ବାଦିକ ସମ୍ମିଳନୀରେ ବାଇଡେନ ଭୁଲିଗଲେ ମୋଦିଙ୍କ ନାଁ; ଆଉ ତା’ ପରେ କିଛି ହେଲା ଏମିତି…

1 min read

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ୱିଲ୍‌ମିଙ୍ଗ୍‌ଟନରେ ଅନୁ‌ଷ୍ଠିତ କ୍ବାଡ୍‌ ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ବିଭ୍ରାଟର ଶିକାର ହୋଇଥିଲେ। ମଞ୍ଚ ଉପରେ ମୋଦିଙ୍କ ନାମ ଭୁଲିଗଲେ ବାଇଡେନ।

ଶନିବାର ଡେଲାୱେରରେ ଅନୁଷ୍ଠିତ କ୍ୱାଡ ସମ୍ମିଳନୀ ପରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଞ୍ଚରେ ପରିଚୟ ଦେବାକୁ ବାଇଡେନ ଭୁଲି ଯାଇଥିଲେ ଏବଂ ସେ କେଉଁଠି ଅଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ତାହା ମଧ୍ୟ ସ୍ମରଣ କରିପାରିନଥିଲେ। ତେବେ କାର୍ଯ୍ୟକ୍ରମ ସଂଚାଳକ ତୁରନ୍ତ ବାଇଡେନ୍‌ଙ୍କ ସ୍ଥିତି ଆକଳନ କରି ପରିସ୍ଥିତି ସମ୍ଭାଳି ନେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଅଭିଭାଷଣ ଦେବା ପାଇଁ ଆମନ୍ତ୍ରଣ କରିଥିଲେ। ଏହି ସମୟରେ ପିଏମ ମୋଦୀ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବନିଜ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

Advertisement

ବାଇଡେନ ପ୍ରାୟ ୫ ସେକେଣ୍ଡ ଯାଏଁ ମୋଦୀଙ୍କ ନାମ ମନେ ପକାଇବାକୁ ଚେଷ୍ଟା ମଧ୍ଯ କରିଥିଲେ। କିନ୍ତୁ ପରେ ସେ ସେଠାରେ ଠିଆ ହୋଇଥିବା ଜଣେ ଅଧିକାରୀଙ୍କୁ ପାଟି କରି ପଚାରିଥିଲେ ଏବେ କାହାକୁ ଡକାଯିବ ବୋଲି? ଯାହା ପରେ ସେଠାରେ ଉପସ୍ଥିତ ଥିବା ଜଣେ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡକୁ ଇସାରା କରିଥିଲେ। ପରେ ମୋଦି ମଞ୍ଚ ଉପରକୁ ଆସିଥିବା ବେଳେ ୨ ନେତା ପରସ୍ପର ସହ ହାତ ମିଳାଇଥିଲେ |

Leave a Reply

Your email address will not be published. Required fields are marked *