Pratidin TV

Odisha's Digital News Platform

ପୁଣି ଏକ ଦୁର୍ଘଟଣା , ରନୱେର୍ ଦୁଇ ବିମାନ ମୁହାଁମୁହିଁ ଧକ୍କା ..

1 min read

ପୁଣି ଏକ ବିମାନ ଦୁର୍ଘଟଣା । ରନୱେର୍ ଦୁଇ ବିମାନ ପରସ୍ପର ସହିତ ଧକ୍କା ହୋଇଛନ୍ତି । ଇଣ୍ଡିଗୋ ବିମାନଟି ଟ୍ୟାକ୍ସିୱେ ଦେଇ ଯାଉଥିବା ବେଳେ ବିମାନର କିଛି ଅଂଶ ଅନ୍ୟ ଏକ ବିମାନ ସହିତ ଧକ୍କା ହୋଇଥିଲା । ଫଳରେ ବିମାନର କିଛି ଅଂଶ ଭାଙ୍ଗି ଯାଇଛି । ହେଲେ ଏହି ଘଟଣାରେ କାହାର ଜୀବନ ହାନି ହୋଇନାହିଁ । ସୂଚନାନୁଯାୟୀ ଇଣ୍ଡିଗୋର ବିମାନ କ୍ଲିୟରାନ୍ସ ପାଇଁ ଅପେକ୍ଷା କରିଥିଲା । ଠିକ୍ ଏହି ସମୟରେ ତାହା ଓି୍ଙ୍ଗଟିପ୍ ରେ ଛିଡା ହୋଇଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ଧକ୍କା ଦେଇଥିଲେ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନଟି ଚେନ୍ନାଇ ଯାଉଥିଲା । ଏହି ଦୁର୍ଘଟଣାକୁ ନେଇ ଏୟାର ଇଣ୍ଡିା ଏକ୍ସପ୍ରେସର ଏକ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଏପରି ଅଘଟଣ ଯୋଗୁଁ ଆମର ଅତିଥି ମାନଙ୍କର ଯାହା ଅସୁବିଧା ହୋଇଛି ସେଥିପାଇଁ ଆମେ ଦୁଃଖିତ । ଏବଂ ସେଥିପାଇଁ ଆମ ଅତିଥିମାନଙ୍କୁ କ୍ଷମା ପ୍ରାର୍ଥନା କରୁଛୁ । ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେ ଆହୁରି କହିଛନ୍ତି ଯେ ଆମେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିେ ) ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛୁ । ଏହି ଦୁର୍ଘଟଣା ପରେ ଇଣ୍ଡିଗୋ ଏୟାରଲଲ୍ନ୍‌ର ପାଇଲଟଙ୍କ ବିରୋଧରେ ଡିଜିସିଏ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ବିମାନ କମ୍ପାନୀର ଏହି ପାଇଲଟମାନଙ୍କର ଗୋଟିଏ ଦିନର ଦରମା କାଟ୍ କରାଯିବ ନେଇ ମଧ୍ୟ ସୂଚନା ରହିଛି ।

Advertisement

Leave a Reply

Your email address will not be published. Required fields are marked *