Pratidin TV

Odisha's Digital News Platform

ଗୁରୁଦିବସରେ ବଡ ଅଘଟଣ ; ସ୍କୁଲରେ ପଶି ସାର୍‌ଙ୍କୁ ଗୁଳି କଲା ୧୪ ବର୍ଷର ଛାତ୍ର , ଘଟଣାସ୍ଥଳରେ ୪ ମୃତ ।

ଆଜି ପବିତ୍ର ଗୁରୁଦିବସ , ସକାଳୁ ଛାତ୍ରଛାତ୍ରୀମାନେ ଗୁରୁ ପୂଜା କରି ଏହି ଦିନଟିକୁ ପାଳନ କରିଥାନ୍ତି । କହନ୍ତି ବିନା ଗୁରୁରେ ମଣିଷଟିଏ ସଠିକ୍ ମାର୍ଗଦର୍ଶୀ ହୋଇପାରେନି । ଆମ ଭାରତ ଏକ ଦେଶ ନୁହୈଁ ଯେଉଁଠି ଖାଲି ଗୁରୁଦିବସ ପାଳନ କରାଯାଏ ଏବେ ବିଦେଶରେ ମଧ୍ୟ ଆମ ଭାରତୀୟ ପ୍ରଥା ପରମ୍ପରାକୁ ପାଳନ କରୁଥିବା ଦେଖାଯାଉଛି । ସେଥି ମଧ୍ୟରୁ ଗୋଟେ ହେଉଛି ଗୁରୁଦିବସ । ବିଦେଶରେ ମଧ୍ୟ ଗୁରୁଦିବସ ପାଳନ କରାଯାଉଛି । ସେହିଭଳି ଆଜିର ଦିନରେ ସେହି ଗୁରୁ ଛାତ୍ରର ସର୍ମ୍ପକରେ ରକ୍ତର ଛିଟା ପକାଇଛି ଜଣେ ନାବାଳକ ବିଦେଶୀ ଛାତ୍ର ।

ଜର୍ଜିଆର ଏକ ହାଇସ୍କୁଲରେ ଗୁଳି ବିନିମୟରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହେବା ପରେ ଜଣେ ୧୪ ବର୍ଷର ବାଳକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଜର୍ଜିଆର ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ କହିଛି ଯେ ବାରୋ ଜିଲ୍ଲାର ୱିଣ୍ଡରର ଆପାଲାଚି ହାଇସ୍କୁଲରେ ବୁଧବାର ହୋଇଥିବା ଆକ୍ରମଣରେ ଦୁଇ ଜଣ ଛାତ୍ର ଏବଂ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।

ବୁଧବାର ଦିନ ଶ୍ରେଣୀକକ୍ଷରେ ପାଠପଢା ଚାଲୁଥିବା ସମୟରେ ହଠାତ୍ ସେହି ସ୍କୁଲର ଛାତ୍ର ଜଣଙ୍କ ପଶି ଆଖି ବୁଜା ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଥିଲେ । ଯାହା ଫଳରେ ସେଠାରେ ଥିବା ୨ ଶିକ୍ଷକଙ୍କ ସହ ୨ ଛାତ୍ର ମଧ୍ୟ ମୃତ୍ୟୁବରଣ କରିଥିଲେ । ବର୍ତ୍ତମାନ ଅଭିଯୁକ୍ତକୁ ଆମେରିକା ପୋଲିସ ଗିରଫ କରିଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଗୁଳିମାଡ ପରେ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଛାତ୍ର ଜଣଙ୍କର ଶିକ୍ଷକ ସହିତ କିଛି ବ୍ୟକ୍ତିଗତ ଶତୃତା ପାଇଁ ଏଭଳି ଅଘଟଣା ଘଟିଯାଇଛି ।

Leave a Reply

Your email address will not be published. Required fields are marked *