Pratidin TV

Odisha's Digital News Platform

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ 

1 min read

ଗୁଜୁରାଟ ଅହମଦାବାଦ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରାପଡ଼ିଲେ ISIS ଆତଙ୍କବାଦୀ | ଗୁଜୁରାଟ ଆଣ୍ଟି ଆତଙ୍କବାଦୀ ସ୍କ୍ୱାର୍ଡ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି | ତେବେ ଏମାନେ ସମସ୍ତେ ଶ୍ରୀଲଙ୍କା ନାଗରିକ ବୋଲି ସନ୍ଦେହ କରାଯାଉଛି | ଅହମଦାବାଦ ଏୟାରପୋର୍ଟକୁ ଦିନେ ପୂର୍ବରୁ ବୋମା ବିସ୍ଫୋରଣର ଧମକ ମିଳିଥିଲା | ଏବଂ ଗତକାଲି ମେ ୨0ରେ ଗିରଫ କରାଯାଇଛି | ତେବେ ଏହି ଆତଙ୍କବାଦୀ ଅନ୍ୟ ଜଣ ସହଯୋଗୀଙ୍କୁ ଏୟାରପୋର୍ଟରେ ଅପେକ୍ଷା କରିଥିଲେ | ଉକ୍ତ ସହଯୋଗୀ ଜଣକ ସେମାନଙ୍କୁ ଟାସ୍କ ଦେଇଥିବା ସନ୍ଦେହ କରାଯାଉଛି | ଠିକ ଏହି ସମୟରେ ସେମାନଙ୍କୁ ଗୁଜୁରାଟର SDF ଗିରଫ କରିଛି |

ତେବେ ଧରାପଡିଥିବା ୪ ଜଣ ISISଙ୍କ ଠାରୁ ମିଳିଥିବା ମୋବାଇଲ ଫୋନରୁ ପୋଲିସ କିଛି ଚାଟ ଜବତ କରିଛି | ମିଳିଥିବା ସୂଚନା ଅନୁସାରେ ଏହି ଆତଙ୍କବାଦୀଙ୍କ ନିକଟରୁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଚାଲାଣ ହୋଇଥାନ୍ତା | ଆକ୍ରମଣ କରିବା ଲାଗି ମାରଣାସ୍ତ୍ରକୁ ପାକିସ୍ତାନ ପ୍ରତିଶୃତି ଦେଇଥିଲା | ତେବେ କିଛି ଅଘଟଣ ପୂର୍ବରୁ ସେମାନଙ୍କୁ କାବୁ କରିନେଇଛି ପୋଲିସ | ସେମାନେ ଶ୍ରୀଲଙ୍କାରୁ ଚେନ୍ନାଇ ଦେଇ ଅହମଦାବାଦରେ ପହଞ୍ଚିଥିଲେ | ସେମାନେ ତାଙ୍କ ଟାର୍ଗେଟ ସ୍ଥାନରେ ପହଞ୍ଚିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଇଛି |

Advertisement

Leave a Reply

Your email address will not be published. Required fields are marked *