କ୍ୟାବିନେଟରୁ ବଡ ଘୋଷଣା , ମୃତ ବାପା-ମା’ଙ୍କ ଚାକିରି ପାଇବେ ବିବାହିତ ଝିଅ ଏବଂ ସାବତ ..
1 min readଆଜି ଶେଷ ହୋଇଛି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ରେ ୩ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କୁ ମୋହର ମାରିଛି ।
ଗୁରୁବାର ଦିନ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଯେଉଁଥିରେ ଓଡିଶା ବେସାମରିକ ସେବା (ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ବିବାହିତ ଝିଅ ଏବଂ ସାବତ ପୁଅ ଝିଅ ଙ୍କ ପାଇଁ ନିଯୁକ୍ତି ର ବ୍ୟବସ୍ଥା ନଥିଲା ବର୍ତ୍ତମାନ ବିବାହିତ ଝିଅ ଏବଂ ସାବତ ଝିଅ ଙ୍କୁ ନିଯୁକ୍ତି ମିଳିବ । ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକଂପାମୂଳକ ନିଯୁକ୍ତି ମିଳିବ।
୨-ଗୋପାଳପାଳପୁର ପୋର୍ଟର ୯୫ ସେୟାରକୁ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି। ଯାହାଫଳରେ ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ।
୩- ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର (ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ ର ପ୍ରଣୟନ। ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ପୂରଣ ହେଉଥିବା ରାଜ୍ୟର ୟୁନିଫର୍ମ ସେବାରେ ଅବସର ପ୍ରାପ୍ତ ଅଗ୍ନିବୀରଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବେ ରାଜ୍ୟ ସରକାର । ଅବସର ପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଦଶ ପ୍ରତିଶତ (୧୦%) ଆନୁଭୂମିକ ସଂରକ୍ଷଣ (Horizontal Reservation)ର ବ୍ୟବସ୍ଥା ରହିଛି । ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ (୧୦%) ସଂରକ୍ଷଣ ରହିବ ।ନିର୍ଦ୍ଧାରିତ ବୟସ ସୀମାକୁ ତିନି (୦୩) ବର୍ଷ କୋହଳ କରାଯିବ । ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ ।