Pratidin TV

Odisha's Digital News Platform

କଂଗ୍ରେସର ବଡ ଘୋଷଣା , ୱାୟନାଡରୁ ଲଢିବେ ପ୍ରିୟଙ୍କା ଗାନ୍ଧୀ…

1 min read

କଂଗ୍ରେସର ବଡ ଘୋଷଣା । ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।କିନ୍ତୁ ଏଥର କେରଳର ୱାୟନାଡ ଲୋକସଭା ଉପ ନିର୍ବାଚନ ମୈଦାନକୁ ପ୍ରଥମ ଥର ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧି ଭଦ୍ରା ।

ତେବେ କେରଳ ୨ଟି ବିଧାନସଭା ଉପ ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କେରଳର ପାଲକ୍କଡରୁ ରାହୁଲ ଏମଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଚେଲାକାରାରୁ ରାମ୍ୟା ହରିଦାସ କଂଗ୍ରେସ ଟିକେଟ ପାଇଛନ୍ତି। ଆସନ୍ତା ନଭେମ୍ବର ୧୩ ତାରିଖରେ ୱାୟନାଡ ସମେତ ଏହି ଦୁଇ ବିଧାନସଭା ଆସନରେ ଭୋଟ ହେବ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ରାଜବୀ କୁମାର ତାରିଖ ଘୋଷଣା କରିଛନ୍ତି।

Advertisement

ନାମାଙ୍କନ ଦାଖଲ ଶେଷ ତାରିଖ ଅକ୍ଟୋବର ୨୫ ରହିଥିବା ବେଳେ ପ୍ରତ୍ୟାହାର ପାଇଁ ଅକ୍ଟୋବର ୩୦କୁ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୩ରେ ଏଠାରେ ଭୋଟିଂ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *