Pratidin TV

Odisha's Digital News Platform

IPL ୨୦୨୫ ର ବଡ ଘୋଷଣା ; ଗୌତମ ଗମ୍ଭୀରଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ଜହିର ଖାନ୍ ।

1 min read

ଜହିର ଖାନ ଗତ କିଛି ବର୍ଷ ଧରି ୫ ଥର ଆଇପିଏଲ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ଥିଲେ, ଯେଉଁଠାରେ ସେ କ୍ରିକେଟ୍ ନିର୍ଦ୍ଦେଶକ ଥିଲେ ଏବଂ ପରେ ଗ୍ଲୋବାଲ୍ କ୍ରିକେଟ୍ ବିକାଶର ମୁଖ୍ୟ ହୋଇଥିଲେ। ଜହିର ଖାନ ତାଙ୍କ ଆଇପିଏଲ କ୍ୟାରିୟରରେ ୧୦୦ ଟି ମ୍ୟାଚ୍ ଖେଳିଥିଲେ ଏବଂ ଏଥିରେ ୧୦୨ ୱିକେଟ୍ ନେଇ ସେ ରେକର୍ଡ ମଧ୍ୟ କରିଛନ୍ତି ।

ଆଇପିଏଲ୍ ୨୦୨୫ ସିଜିନର ମେଗା ଅକ୍ସନ ପୂର୍ବରୁ ଲକ୍ଷ୍ନୌ ସୁପର ଜଏଣ୍ଟସ ଏକ ବଡ ଘୋଷଣା କରିଛି । ତେବେ ଲକ୍ଷ୍ନୌ ସୁପର ଜଏଣ୍ଟସ ପୂର୍ବତନ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଜାହିର ଖାନଙ୍କୁ ଦଳରେ ସ୍ୱାଗତ କରିଛି ବା ଯୋଡିଛି । ଏହି ନୂଆ ସିଜିନ୍ ପାଇଁ ବାମହାତୀ ତାରକା ପେସର୍ ଜାହିରଙ୍କୁ ଏହାର ପରାମର୍ଶଦାତା / ମେଣ୍ଟର ଭାବରେ ନିଯୁକ୍ତ କରାଯାଇଛି । ଏହିପରି ଭାବରେ, ଜହିର ଟିମ୍ ଇଣ୍ଡିଆର ବର୍ତ୍ତମାନର କୋଚ୍ ଗୌତମ ଗମ୍ଭୀରଙ୍କ ସ୍ଥାନ ଅକ୍ତିଆର କରିଛନ୍ତି । ୨୮ ଅଗଷ୍ଟ ବୁଧବାର ଦିନ କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଫ୍ରାଞ୍ଚାଇଜ୍ ଜହିରଙ୍କୁ ନୂତନ ପରାମର୍ଶଦାତା ଭାବରେ ପରିଚିତ କରିଥିଲା।

ମୁମ୍ବାଇ ଛାଡି ଲକ୍ଷ୍ନୌ ରେ ପହଞ୍ଚିଲେ ଜହିର– ଲକ୍ଷ୍ନୌ ସୁପର ଜଏଣ୍ଟସ ରେ ଜହିର ଖାନ୍ ଗୌତମ ଗମ୍ଭୀରଙ୍କ ସ୍ଥାନ ନେବେ । ଗମ୍ଭୀର ଫ୍ରାଞ୍ଚାଇଜିର ଆରମ୍ଭଠାରୁ ହିଁ ମେଣ୍ଟର ରହିଆସୁଥିଲେ , କ୍ରମାଗତ ୨ ଟି ସିଜିନ୍‌ରେ ସେ ଟିମ୍‌ର ସାଥ୍ ଦେଇଥିଲେ । ଏହି ଭିତରେ ଫ୍ରାଞ୍ଚାଇଜ୍ ୨ଟି ସିଜିନ୍‌ରେ ପ୍ଲେଅଫ୍ ପାଇଁ କ୍ୱାଲିଫାୟାଡ୍ ହୋଇଥିଲେ । କିନ୍ତୁ ପୂର୍ବଥର ଲକ୍ଷ୍ନୌ କୁ ଛାଡି ଗମ୍ବୀର କୋଲକାତା ନାଇଟ୍ ରାଇଡରରେ ଯୋଗ ଦେଇଥିଲେ । ଆଉ ସେହିଥର ହିଁ କୋଲକାତା ଆଇପିଏଲ୍ ଟ୍ରଫି ହାତେଇଥିଲା କିନ୍ତୁ ଅନ୍ୟପଟେ ଲକ୍ଷ୍ନୌ ପ୍ଲେଅଫ୍‌ରୁ ବାଦ୍ ପଡିଥିଲା ।

ପ୍ରାୟ ୧୫ ବର୍ଷ ଧରି ଚାଲିଥିବା ଆନ୍ତର୍ଜାତୀୟ କ୍ୟାରିୟରରେ ଟିମ୍ ଇଣ୍ଡିଆ ପାଇଁ ୬୦୦ ରୁ ଅଧିକ ୱିକେଟ୍ ନେଇଥିବା ଜହିର ଖାନ ଗତ କିଛି ବର୍ଷ ଧରି ଆଇପିଏଲ ସହ ଜଡିତ ଥିଲେ। ନିଜେ ୧୦୦ ଟି ଆଇପିଏଲ୍ ମ୍ୟାଚ୍ ଖେଳିଥିବା ଜାହିର ମୁମ୍ବାଇ ଇଣ୍ଡିଆନ୍ସ ସହିତ ଦୀର୍ଘ ସମୟ ବିତାଇଥିଲେ, ଯେଉଁଠାରେ ସେ କିଛି ବର୍ଷ ପାଇଁ କ୍ରିକେଟ୍ ଫ୍ରାଞ୍ଚାଇଜ୍ ନିର୍ଦ୍ଦେଶକ ଥିଲେ। ଏହା ପରେ, ୨୦୨୨ ମସିହାରେ, ତାଙ୍କୁ ପଦୋନ୍ନତି ଦିଆଯାଇଥିଲା ଏବଂ ଫ୍ରାଞ୍ଚାଇଜ୍ ର ଗ୍ଲୋବାଲ୍ ହେଡ୍ ଅଫ୍ ଡେଭଲପମେଣ୍ଟ କରାଯାଇଥିଲା । ଏହି ପଦରେ ପ୍ରାୟ ୨ ବର୍ଷ ରହିବା ପରେ ଜହିର ଲକ୍ଷ୍ନୌ ରେ ଯୋଗଦେବାକୁ ରାଜି ହୋଇଥିଲେ।

ଜହିରଙ୍କ କ୍ୟାରିୟର –
୪୫ ବର୍ଷୀୟ ଜହିର ଟିମ୍ ଇଣ୍ଡିଆ ପାଇଁ ୯୨ ଟି ଟେଷ୍ଟରେ ୩୧୧ ୱିକେଟ୍ ନେଇଛନ୍ତି । ଙଊଓ ରେ ସେ ୨୦୦ ଟି ମ୍ୟାଚରେ ୨୮୨ ୱିକେଟ୍ ନେଇଛନ୍ତି। ଜହିର ଖାନ ୧୦୦ ଟି ଆଇପିଏଲ ମ୍ୟାଚ୍ ଖେଳି ସେଥିରେ ୧୦୨ ୱିକେଟ୍ ନେଇଥିଲେ। ୨୦୧୧ ରେ ଖେଳାଯାଇଥିବା ବିଶ୍ୱକପ୍ରେ ମଧ୍ୟ ଜହିର ଖାନ ସର୍ବାଧିକ ୱିକେଟ୍ ନେଇ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ କରିଥିଲେ। ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ ଡେୟାରଡେଭିଲ୍ସ (ରାଜଧାନୀ) ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ଥିଲେ।

Leave a Reply

Your email address will not be published. Required fields are marked *