Pratidin TV

Odisha's Digital News Platform

ରାଜ୍ୟ ସରକାରଙ୍କ ବଡ ଘୋଷଣା, ଭାରତୀୟ ଟିମ ଇଣ୍ଡିଆକୁ ୧୧ କୋଟି ଉପହାର

1 min read

ଜନସମୁଦ୍ର ପାଲଟିଲା ମୁମ୍ବାଇର ମେରାଇନ ଡ୍ରାଇଭ। ଯେଉଁଆଡ଼େ ଚାହିଁଲେ କେବଳ ଲୋକ ହିଁ ଲୋକ। ଗୋଟିଏ ପଟେ ସମୁଦ୍ର ଓ ଆଉ ଗୋଟିଏ ପଟେ ଜନସମୁଦ୍ର। କେବଳ ଶୁଭୁଥିଲା ଟିମ ଇଣ୍ଡିଆ ଟିମ ଇଣ୍ଡିଆ ନାରା। ଖୁସିରେ ସମସ୍ତଙ୍କ ଆଖି ଜକେଇ ଆସିଥୁଲା। ପ୍ରବଳ ବର୍ଷ ହେଉଥିଲା ସତ କିନ୍ତୁ ଲୋକଙ୍କ ଉତ୍ସାହରେ ଏହା କୌଣସି ପ୍ରକାରର ଫରକ ପକାଇ ପାରି ନଥିଲା।

ଦୀର୍ଘ ୧୭ ବର୍ଷ ଅପେକ୍ଷା ପରେ ଭାରତୀୟ ଦଳ ଟି-ଟ୍ୱେଣ୍ଟି ବିଶ୍ୱକପ ଟାଇଟଲ ଜିତିଛି। ଯେତେବେଳେ ଟିମ୍ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଲେ, ସେମାନଙ୍କୁ ସ୍ୱାଗତ କରାଯାଇଥିଲା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଭେଟି ଅଭିବାଦନ ଜଣାଇଛନ୍ତି। ଏହା ପରେ ମୁମ୍ବାଇରେ ଏକ ବିଜୟ ପରେଡ ଅନୁଷ୍ଠିତ ହୋଇଥିଲା ଏବଂ ବିସିସିଆଇ ବିଶ୍ୱ ଚାମ୍ପିୟନ ଭାରତୀୟ ଦଳକୁ ୧୨୫ କୋଟି ଟଙ୍କାର ଚେକ୍ ଦେଇଥିଲା। ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏକ ବଡ଼ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ଜୁଲାଇ ୫ ତାରିଖ ଦିନ ମହାରାଷ୍ଟ୍ର ବିଧାନସଭାକୁ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ରୋହିତଙ୍କ ସହିତ ସ୍କ଼୍ବାଡ୍‌ରେ ସାମିଲ୍‌ ଥିବା ଅନ୍ୟ ମହାରାଷ୍ଟ୍ର ଖେଳାଳି ସୂର୍ଯ୍ୟ କୁମାର ଯାଦବ, ଶିବମ୍‌ ଦୁବେ ଏବଂ ଜଶସ଼୍ବୀ ଜୟସୱଲ୍‌ ମଧ୍ୟ ବିଧାନସଭାକୁ ଯାଇଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଖେଳାଳିମାନଙ୍କୁ ସ଼୍ବାଗତ ଜଣାଇଥିଲେ । ଗୃହରେ ରୋହିତ ଶର୍ମା ମରାଠିରେ ଭାଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *