Pratidin TV

Odisha's Digital News Platform

ବଜେଟ୍‌ରୁ ବଡ ଘୋଷଣା ; ପ୍ରଥମ ମାସର ଦରମା ଦେବେ ସରକାର ।

1 min read

ଆଜି ସପ୍ତମ ଥର ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍-୨୦୨୪-୨୫ । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଛି ।

ତେବେ ଏସବୁ ଭିତରେ ଆଜି ରୋଜଗାର ଓ ନିଯୁକ୍ତି ଉପରେ ଏକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉଥିବା ସଂସ୍ଥାଙ୍କୁ ଆର୍ଥିକ ସହଯୋଗ କରିବେ ସରକାର । ଇପିଏଫଓରେ ମଧ୍ୟ ମିଳିବ ଆର୍ଥିକ ସୁବିଧା । ଯଦି କୌଣସି କମ୍ପାନୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି ସେମାନଙ୍କୁ ପ୍ରଥମ ମାସର ଦରମା ସରକାରଙ୍କ ପକ୍ଷରୁ ମିଳିବ । ସରକାରଙ୍କ ଏହି ସ୍କିମରେ ଉପକୃତ ହେବେ ୨୧୦ ଲକ୍ଷ ଯୁବକ ଓ ଯୁବତୀ । ଏହାସହ ନୂଆ ଚାକିରି କଲେ ବି ସେମାନେ ଇପିଏଫଓରେ ନାଁ ପଞ୍ଜିକରଣ କରିପାରିବ । ଏହାଦ୍ୱାରା ପ୍ରଥମ ମାସରେ ସେମାନଙ୍କ ଇପିଏଫଓ ଆକାଉଣ୍ଟକୁ ୧୫ ହଜାର ଟଙ୍କା ଟ୍ରାନ୍ସଫର ହେବ । ଏହାକୁ ୩ ଟି କିସ୍ତିରେ ଦିଆଯିବ ।

ଏହାସହ ଦେଶର ଟପ୍ ୫୦୦ କମ୍ପାନୀରେ ଇଣ୍ଟର୍ଣ୍ଣ କରୁଥିବା ଯୁବକ ଯୁବତୀଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ସହାୟତା । ମାସିକ ଇଣ୍ଟର୍ଣ୍ଣସିପ୍ ଭତ୍ତା ଭାବେ ସେମାନଙ୍କୁ ୫୦୦୦ ଟଙ୍କା ଦିଆଯିବାକ୍ୁ ଘୋଷଣା ହୋଇଥିବାବେଳେ ଏକକାଳୀନ ୬୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଏହା ସହ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନରେ ପଞ୍ଜୀକୃତ ହୋଇଥିବା କର୍ମଚାରୀଙ୍କୁ ସିଧାସଳଖ ଲାଭ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି । ନିଯୁକ୍ତିର ପ୍ରଥମ ଚାରି ବର୍ଷରେ ଇପିଏଫଓ ଅବଦାନକୁ ନେଇ ସିଧାସଳଖ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ନିର୍ଦ୍ଦିଷ୍ଟ ପରିମାଣରେ ଏକ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ଯୋଜନାରେ ୩୦ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *