Pratidin TV

Odisha's Digital News Platform

ମୃତ ରବୀନ୍ଦ୍ରଙ୍କ ଚକ୍ଷୁଦାନ କଲେ ବଡ଼ ଭାଇ ସୁଧୀର ।

1 min read

ରାଜଗାଙ୍ଗପୁର ; ମୃତ୍ୟୁ ପରେ ବି ଦୁନିଆ ଦେଖିବ ରବୀନ୍ଦ୍ର ପଣ୍ଡା ଙ୍କ ଆଖି । ମାଣ୍ଡିଆକୁଦର ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ସାଙ୍ଗ ରବୀନ୍ଦ୍ର ପଣ୍ଡା ଓ ରଶ୍ମିରଞ୍ଜନ ସ୍ୱାଇଁ ଙ୍କ ମୃତ୍ୟୁ ଘଟିଛି। ରବୀନ୍ଦ୍ର ପଣ୍ଡା ଙ୍କ ବଡ଼ ଭାଇ ସୁଧୀର ପଣ୍ଡା ବାପା ରଜନୀକାନ୍ତ ପଣ୍ଡା, ମା ମିନତୀ ପଣ୍ଡା ଓ ବଡ଼ ଭଉଣୀ ମଧୁସ୍ମିତା ପଣ୍ଡା ସହମତିରେ ଚକ୍ଷୁଦାନ କରିଛନ୍ତି। ପୁଅକୁ ନେଇ କେତେ ସ୍ୱପ୍ନ ଦେଖିଥିଲେ ବାପା-ମା’ । ହେଲେ ଗୋଟିଏ ଝଟକାରେ ସବୁ ସ୍ୱପ୍ନ ଚୁରମାର ହୋଇଥିଲା । ଭାଇ ର ମୃତ୍ୟୁ ପରେ ଛାତିକୁ ପଥର କରି ଆଖି ଦାନ କରିଛନ୍ତି ବଡ଼ ଭାଇ ସୁଧୀର। ଭୁବନେଶ୍ୱର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ତାଙ୍କର ଆଖି ସଂଗ୍ରହ ହୋଇଛି । ବର୍ତ୍ତମାନ ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକୁ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି।

ମୃତ ରବୀନ୍ଦ୍ର

ଦୁଇ ଜଣ ସାଙ୍ଗ ଗତ ବୁଧବାର ଦିନ ଏକ ସ୍କୁଟି ରେ ରାଉରକେଲା କୁ ପାର୍ଶଲ ଆଣିବା ପାଇଁ ଯାଇଥିଲେ ଫେରିବା ବେଳେ ମାଣ୍ଡିଆକୁଦର ନିକଟରେ ଏକ ବୁଲେଟ ଧକ୍କା ଦେଇ ଫେରାର ହୋଇଯାଇଥିଲା।ସ୍କୁଟି ଟି ଭାରସାମ୍ୟ ହରାଇ ଡିଭାଇଡ଼ର ରେ ପିଟି ହୋଇଥିଲା। ଦୁଇ ଜଣ ବନ୍ଧୁ ରବୀନ୍ଦ୍ର ଓ ରଶ୍ମି ଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା। ଘଟଣା ସ୍ଥଳରେ ଦୁଇ ଜଣ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରାଉରକେଲା ସରକାରୀ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗତକାଲି ଦୁଇ ଜଣଙ୍କ ଶବ ବ୍ୟବଛେଦ କରିବା ପରେ ରାଜଗାଙ୍ଗପୁର ସ୍ଥିତ ବାସଭବନ କୁ ନିଆଯାଇଥିଲା। ସେଠାରେ ଶୋକାକୁଳ ପରିବେଶ ରେ ଦୁଇ ଜଣକ ଶବ ର ଜୁଇ ଜଳିଥିଲା।

ବଡ଼ ଭାଇ ସୁଧୀର

Leave a Reply

Your email address will not be published. Required fields are marked *