Pratidin TV

Odisha's Digital News Platform

କଟକରେ ବିଗ୍ ସାଇବର କ୍ରାଇମ୍ ; ହ୍ୱାଟସଆପ୍ ଲିଙ୍କ୍ କ୍ଲିକ୍ କଲେ ଯୁବତୀ, ଆକାଉଣ୍ଟରୁ ଖାଲି ହୋଇଗଲା ୯୦ ହଜାର ଟଙ୍କା

କଟକ ; ସାବଧାନ ବଢୁଛି ସାଇବର କ୍ରାଇମ୍ । ଏବେ ସିଧା ଆର୍ଟାକ୍ ଆପଣଙ୍କ ହ୍ୱାଟସଆପ୍‌କୁ । ହ୍ୱାଟସପ୍ ଲିଙ୍କ୍‌ରେ ମହାଠକେଇ । ମାତ୍ର ଗୋଟେ କ୍ଲିକ୍‌ରେ ଉଡିଗଲା ୯୦ ହଜାର ଟଙ୍କା । କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ।

ମିଳିଥିବା ସୂଚନା ଅନୁଯାୟୀ କଟକ ଚାଉଳିଆଗଞ୍ଜ ଅଞ୍ଚଳର ସରସ୍ଵତୀ ଲେଙ୍କା ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରନ୍ତି କିଛି ଦିନ ଅନଲାଇନ୍ ସାଇଟ୍ ରୁ କିଛି ଜିନିଷ କିଣିଥିଲେ । ହେଲେ ତାଙ୍କ ପାଖକୁ କିଣିଥିବା ଜିନିଷ ବଦଳରେ ଭୁଲ ଜିନିଷ ଆସିବାରୁ ସେ ଏହାକୁ ରିଫଣ୍ଡ ପାଇଁ ସେହି ଅନଲାଇନ୍ ସଂସ୍ଥାକୁ ମେଲ୍ କରିଥିଲେ ।

ଏହାପରେ ତାଙ୍କ ପାଖକୁ ଏକ କଲ ଆସିଥିଲା । ତା’ପରେ ଏକ ଲିଙ୍କ୍ ଆସିଥିଲା ଯେଉଁଥିରେ କ୍ଲିକ୍ କରିବାର ଗୋଟେ ଦିନ ପରେ ତାଙ୍କ ଆକାଉଣ୍ଟ ରୁ ୯୦ ହଜାର ଟଙ୍କା କଟି ଯାଇଥିଲା । ବର୍ତ୍ତମାନ ଯୁବତୀ ଜଣଙ୍କ ସାଇବର୍ ଥାନା ଓ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *