ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ପିଏମ ଆବାସ ଯୋଜନାରେ ନିର୍ମାଣ ହେବ ଆଉ ୩ କୋଟି ଘର
1 min readଗତକାଲି ସୋମବାର ଦିନ ମନ୍ତ୍ରାଳୟ ବଣ୍ଟନ ହୋଇସାରିଛି | କିନ୍ତୁ ମନ୍ତ୍ରାଳୟ ବଣ୍ଟନ ପୂର୍ବରୁ ମୋଦି ୩.୦ ସରକାରର ପ୍ରଥମ କ୍ୟାବିନେଟ୍ରେ ହୋଇଛି ବଡ଼ ନିଷ୍ପତ୍ତି। କେନ୍ଦ୍ର କ୍ଯାବିନେଟରେ ପ୍ରଥମ ବଡ ଘୋଷଣା। ପିଏମ ଆବାସ ଯୋଜନାରେ ମିଳିବ ଆଉ ୩ କୋଟି ଘର। ଦାଯିତ୍ଵ ଗ୍ରହଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଦ୍ନିତୀୟ ବଡ଼ ଘୋଷଣା।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଓ ସହରାଞ୍ଚଳ ଗରିବଙ୍କ ଲାଗି ଅତିରିକ୍ତ ୩ କୋଟି ଘର ନିର୍ମାଣ ପ୍ରସ୍ତାବ ଉପରେ ଲାଗିଛି ମୋହର। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଗୃହହୀନଙ୍କୁ ଏହି ଘର ପ୍ରଦାନ କରାଯିବ। ଏହି ଆବାସରେ ବିଦ୍ୟୁତ, ଜଳ ଓ ଏଲପିଜି ସଂଯୋଗ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି କ୍ୟାବିନେଟ ବୈଠକ ବସିଥିଲା। ରବିବାର ଶପଥ ନେଇଥିବା ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ବୈଠକରେ ଉପସ୍ଥିତ ରହିଥିଲେ |
ତୃତୀୟ ପାଳି ସରକାରରେ ଦାୟିତ୍ଵ ଗ୍ରହଣ ପରେ ପିଏମ କିଶାନ ନିଧି ଯୋଜନା ପରେ ପିଏମ ଆବାସ ଯୋଜନା ନିର୍ଦ୍ଦେଶ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଏହି ଘର ବଣ୍ଟନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା କରିବେ।