Pratidin TV

Odisha's Digital News Platform

ଯୋଗୀ ସରକାରଙ୍କ କଡା ନିର୍ଦ୍ଦେଶ , ମଦ ମାଂସ ଖାଇଲେ ପୁଲିସ୍ କୁ ଡ୍ୟୁଟି ମନା !

1 min read

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ଡିଜିପି ମୁଖ୍ୟାଳୟ ସ୍ପଷ୍ଟ କରିଛି ଯେ ମଦ୍ୟପାନ କରୁଥିବା ଏବଂ ମାଂସାହାର କରୁଥିବା ପୁଲିସଙ୍କୁ ମହାକୁମ୍ଭ ଡ୍ୟୁଟିରେ ରଖାଯିବ ନାହିଁ।

ଏହି ପରିପ୍ରେକ୍ଷୀରେ ସମସ୍ତ କମିଶନରେଟ ଏବଂ ରେଞ୍ଜରୁ ମହାକୁମ୍ବକୁ ପଠାଯିବାକୁ ଥିବା ପୁଲିସ ଫୋର୍ସ ଚୟନରେ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisement

ପୁଲିସ୍ ଚୟନ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଡିଜିପି ମୁଖ୍ୟାଳୟ ପକ୍ଷରୁ ଏଡିଜି ଏଷ୍ଟାବ୍ଲିସମେଣ୍ଟ ସଞ୍ଜୟ ସିଙ୍ଗଲଙ୍କ ଦ୍ବାରା ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ ମହାକୁମ୍ବରେ ନିୟୋଜିତ ପୁଲିସର ଅଖଣ୍ଡତା, ଭାବମୂର୍ତ୍ତି, ସାଧାରଣ ଖ୍ୟାତି ଏବଂ ଆଚରଣ ମଧ୍ୟ ଭଲ ହେବା ଉଚିତ।

ଏହା ବ୍ୟତୀତ ପୁଲିସର ବୟସ ସୀମା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। କନଷ୍ଟେବଳଙ୍କ ବୟସ ୪୦ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ହେଡ କନଷ୍ଟେବଳଙ୍କ ବୟସ ୫୦ବର୍ଷରୁ କମ୍ ଏବଂ ସବ୍-ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟରଙ୍କ ବୟସ ୫୫ ବର୍ଷରୁ କମ୍ ହେବା ଉଚିତ୍ ।

ସ୍ଥାନୀୟ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ନାହିଁ। ପ୍ରୟାଗର ମୂଳ ବାସିନ୍ଦା ଏଭଳି ପୁଲିସ କର୍ମଚାରୀଙ୍କୁ ମହାକୁମ୍ବରେ ଡ୍ୟୁଟି ପାଇଁ ପଠାଯିବ ନାହିଁ। ଏତଦ୍ ବ୍ୟତୀତ, ଏହା ମଧ୍ୟ ସୁନିଶ୍ଚିତ ହୋଇଛି ଯେ ନିୟୋଜିତ ପୁଲିସ କର୍ମଚାରୀମାନେ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ, ସଚେତନ ଏବଂ ଭଲ ଆଚରଣ କରିବେ।

ତିନୋଟି ପର୍ଯ୍ୟାୟରେ ପୁଲିସ୍ ନିୟୋଜନ ପାଇଁ ନାମ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ୧୦ ଅକ୍ଟୋବର ପର୍ଯ୍ୟନ୍ତ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ନଭେମ୍ବର ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୦ ଡିସେମ୍ବର ପର୍ଯ୍ୟନ୍ତ ନାମ ପଠାଇବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *