Pratidin TV

Odisha's Digital News Platform

IAS ସ୍ତରରେ ଅଦଳବଦଳି , ଜାଣନ୍ତୁ କେଉଁ ଜିଲ୍ଲାକୁ କାହାର ହେଲା ବଦଳି…..

ଆଇଏସ ସ୍ତରରେ ହେଲା ବଡ ଅଦଳବଦଳ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ରାଜ୍ୟ ସରକାର କଲେ ବଡ ଅଦଳବଦଳ । ତେମଜେଙ୍ଗ ୱାପଙ୍ଗ ଆଓ ହେଲେ ପବ୍ଲିକ୍ ଏଂଟରପ୍ରାଇଜେସ ସଚିବ । ସେହିପରି ଶ୍ରୀକାନ୍ତ ପୃଷ୍ଟି ଉତ୍ତରାଂଚଳ ଆରଡିସି, ରଂଜନ ଦାସ ହୋଇଛନ୍ତି କେନ୍ଦ୍ରାଂଚଳ ଆରଡିସି । ଖାଲି ଏତିକି ନୁହେଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ମଧ୍ୟ ବଦଳି ହୋଇଛି ।

ଜାଣନ୍ତୁ କେଊଁ ଜିଲ୍ଲାରେ କିଏ ହେଲେ ଜିଲ୍ଲାପାଳ

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ବର୍ତ୍ତମାନ ମୟୂରଭଂଜର ଜିଲ୍ଲାପାଳ ହୋଇଛନ୍ତି । ଆଉ ମୟୂରଭଂଜ ଜିଲ୍ଲାପାଳ ବୀନିତ ଭରଦ୍ୱାଜ ଏବେ କଟକ ଜିଲ୍ଲାପାଳର ଦାୟିତ୍ୱ ନେଇଛନ୍ତି । ପୁରୀ ଜିଲ୍ଲାପାଳ ସର୍ମଥ ବର୍ମାଙ୍କ ବଦଳି କରାଯାଇଛି । ତାଭ୍‌କ ବଦଳରେ ପୁରୀର ଦାୟିତ୍ୱ ସମ୍ଭାଳିବେ ବିଜୟ କୁମାର ଦାସ । ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ଚଂଚଳ ରାଣା, ସେହିପରି ନୟାଗଡ ଜିଲ୍ଲାପାଳ ହେଲେ ସ୍ୱଧା ଦେବ ସିଂ । ଅନୁଗୁଳ ଜିଲ୍ଲାପାଳ ହୋଇଛନ୍ତି ମହମ୍ମଦ ଅବଦଲ ଅଖତର । କେନ୍ଦୁଝର ଦାୟିତ୍ୱ ସମ୍ଭାଳିବେ ବିଶାଲ ସିଂହ । ଶୁଭଙ୍କର ମହାପାତ୍ର ହେଲେ ଯାଜପୁର ଜିଲ୍ଲାପାଳ । କିର୍ତ୍ତି ଭାସନ ହେଲେ କୋରାପୁଟ ଜିଲ୍ଲାପାଳ । ସେହିପରି ସୂର୍ଯ୍ୟବଂଶୀ ମୟୂର ବିକାଶ ହେଲେ କେନ୍ଦ୍ରାପଡା ଜିଲ୍ଲାପାଳ । ଜେ. ସୋନାଲ ହେଲେ ବୌଦ୍ଧ ଜିଲ୍ଲାପାଳ । ଆଦିତ୍ୟ ଗୋୟଲ ବରଗଡ ଜିଲ୍ଲାପାଳ ହୋଇଛନ୍ତି । ଅନ୍ୟା ଦାସ ସୋନପୁର ଜିଲ୍ଲାପାଳ ହୋଇଛନ୍ତି । କେ. ସୁଦର୍ଶନ ଚକ୍ରବର୍ତୀ ହୋଇଛନ୍ତି ଲଘୁ ଖଣିଜ ବିଭାଗ ନିର୍ଦ୍ଦେଶକ । ନିଖିଲ ପବନ କଲ୍ୟାଣ ହେଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ । ମୋନୀଷା ବାନାର୍ଜୀ ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ହୋଇଛନ୍ତି । ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ କଟକ ମହାନଗର କମିଶନର । ଚକ୍ରବର୍ତ୍ତୀ ସିଂ ରାଠୋର ପଂଚାୟତିରାଜ ଯୁଗ୍ମ ସଚିବ ହୋଇଛନ୍ତି । ଅମ୍ରିତ ଋତୁରାଜ ହେଲେ ଶ୍ରମ କମିଶନର । ଅନନ୍ୟା ଦାସ ହେଲେ ବୟନ ଶିଳ୍ପ ଯୁଗ୍ମ ସଚିବ । ଆଦିତ୍ୟ ଗୋୟଲ ହେଲେ ବରଗଡ଼ ଜିଲ୍ଲାପାଳ । ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ା ଜିଲ୍ଲାପାଳ। ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ । ଗୌରବ ଶିବାଜୀ ଈଶ୍ୱର ହେଲେ ବଲାଙ୍ଗୀର ଜିଲ୍ଲାପାଳ ।

ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସଙ୍କ ମଧ୍ୟ ବଦଳି ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିରର ଅିତିରିକ୍ତ ମୁଖ୍ୟ ପ୍ରଶାସକ । ସେହିଭଳି ନରହରି ସେଠୀଙ୍କୁ ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *