Pratidin TV

Odisha's Digital News Platform

ଧୋନିଙ୍କ ବିଗ୍ ଫ୍ୟାନ୍ ; ଗୋଟେ ଝଲକ ଦେଖିବା ପାଇଁ ଚଲାଇ ଗଲେ ୧୧୫୦ କିମି ସାଇକେଲ ।

1 min read

ମାହି , ଥଲ୍ଲା ଏମିତି ଅନେକ ନାମରେ ଜଣା ସେ ନିଜ ପ୍ରଶଂସକଙ୍କ ଆଗରେ । ପୁରା ଦେଶରେ ଚାଲେ ତାଙ୍କ କ୍ରେଜ୍ । ତେବେ କିନ୍ତୁ ଅନ୍ୟ ଖେଳାଳି ମାନଙ୍କ ପରି ସେ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହଁନ୍ତି । ତଥାପି ପୁରା ଦେଶ ତାଙ୍କ ପଛରେ ପାଗଳ , ତାଙ୍କର ଟିକିଏ ଝଲକ ପାଇଁ ଫ୍ୟାନ୍ସ କଣ କଣ କରିଯାଆନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆଉ ନିଜ ଫ୍ୟାନ୍ସ ମାନଙ୍କ ହରକତ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ମାହିଙ୍କ ଜଣେ ଯୁବ ଫ୍ୟାନ୍ସ ତାଙ୍କୁ ଭେଟିବା ପାଇଁ ଏକ ରେକର୍ଡ ବେକ୍ର କରିଦେଇଛନ୍ତି । ୧୧୫୦ କିମି ସାଇକେଲ ଚଳାଇ ଦିଲ୍ଲୀରୁ ରାଞ୍ଚିରେ ପହଞ୍ଚିଛନ୍ତି ।

ଏହି ଯୁବ ଫ୍ୟାନ୍ସଙ୍କ ନାଁ ବୈଭବ କୁମାର । ସେ ଧୋନୀଙ୍କୁ ଭେଟିବା ପାଇଁ ଧୋନୀଙ୍କ ଘର ବାହାରେ ୫ ଦିନ ଯାଏଁ ଟେଣ୍ଟରେ ରହି ଅପେକ୍ଷା କରିଥିଲେ । ଧୋନିଙ୍କ ଘରେ ପହଞ୍ଚିବା ପରେ ବୈଭବ ରାତି ସାରା ବାହାରେ ଅପେକ୍ଷା କରିଥିଲେ । ଧୋନି ସକାଳେ ତାଙ୍କ କାର ଧରି ବାହାରିଥିଲେ କିନ୍ତୁ ଜାଣିପାରିନଥିଲେ । କିନ୍ତୁ ବୈଭବ ତାଙ୍କୁ ଦେଖିବା ପରେ ଆଶ୍ବସ୍ତି ଅନୁଭବ କରିଥିଲେ। ପ୍ରଥମ ଦିନରେ ସାକ୍ଷାତ ନହେବା ପରେ ତାଙ୍କୁ ଅପେକ୍ଷା କରିଥିଲେ ବୈଭବ । ଏହାପରେ ଧୋନି ପୁଣି ଥରେ ତାଙ୍କ କାରରେ ଗଲେ, କିନ୍ତୁ ସେ କାରରୁ ନଓହ୍ଲାଇ କେବଳ ହାତ ଦେଖାଇ ଚାଲି ଯାଇଥିଲେ ।

Advertisement

ବୈଭବ ଧୋନିଙ୍କୁ ଆଗରୁ ଦେଖିଥିଲେ ସତ କିନ୍ତୁ ବ୍ୟକ୍ତିଗତ ଭାବରେ ତାଙ୍କୁ ଭେଟି ପାରିନଥିଲେ । ସେ ଏପରି ଭାବେ ୫ ଦିନ ବିତାଇଥିଲେ। ଏହି ସମୟରେ ସେ ରାତିରେ ତମ୍ବୁରେ ଶୋଇଥିଲେ । ଯାହା ପରେ ଧୋନିଙ୍କୁ କିଛି ଅହଂକାରୀ କହି ଟ୍ରୋଲ କରିଥିଲେ । ତେବେ ବର୍ତ୍ତମାନ କିନ୍ତୁ ବୈଭବଙ୍କ ପ୍ରତିକ୍ରିୟା ଫ୍ୟାନ୍ସ ମାନଙ୍କୁ ଆହୁରୀ ଉତ୍ସାହିତ କରିଦେଇଛି । କାରଣ ବୈଭବ କହିଛନ୍ତି । ଯେ ଧୋନି ସବୁ ସତ ଜାଣିବା ପରେ ତୁରନ୍ତ ତାଙ୍କୁ ପୁରା ଫାର୍ମ ହାଉସ୍ ବୁଲା ଏକ ଅଟୋଗ୍ରାଫ୍ ଟିସର୍ଟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *