Pratidin TV

Odisha's Digital News Platform

ଚାଷୀଙ୍କ ପାଇଁ ବଡ ଖବର ; ଡିସେମ୍ବରରେ ଚାଷୀଙ୍କ ଖାତାକୁ ଯିବ ୩୧୦୦ ।

1 min read

ଚାଷୀଙ୍କ ପାଇଁ ବଡ ଖବର । ଆସନ୍ତା ମାସ ଡିସେମ୍ବର ୮ ତାରିଖରୁ ଚାଷୀଙ୍କ ଖାତକୁ ଯିବ ୩୧୦୦ ଟଙ୍କା । ଏନେଇ ନିଜେ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଧାନ କିଣାରେ ୮୦୦ ଟଙ୍କା ଇନପୁଟ ସବସିଡି ସହିତ ମୋଟ ୩୧ଶହ ଟଙ୍କା ପାଇବେ ଚାଷୀ ଭାଇ ।

ଆଜି ବିଜେପି ପକ୍ଷରୁ ଆୟୋଜିତ ସମବାୟ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇ କହିଛନ୍ତି ଯେ ପୂର୍ବରୁ ସରକାର ଭୋଟ ବ୍ୟାଙ୍କ୍ ପାଇଁ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୧୦୦ ଟଙ୍କା ବୋନସ ଘୋଷଣା କରିଥିଲେ। କିନ୍ତୁ ଚାଷୀଙ୍କୁ ଗୋଟିଏ ଟଙ୍କା ବୋନସ ଦେଲେ ନାହିଁ। ବିଜେପି ସରକାର ଚାଷୀଙ୍କୁ ୮୦୦ ଟଙ୍କା ବୋନସ ଦେବେ। ୨୩୦୦ ଟଙ୍କା ସର୍ବନିମ୍ନ ସହାୟକ ସହ ମୋଟ ୩୧୦୦ ଟଙ୍କା ପାଇବେ ଚାଷୀ ।

Advertisement

ତାସହ ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଗତ ସରକାରରେ ଚାଷୀଙ୍କ ପ୍ରତି ଅନ୍ୟାୟ କରାଯାଇଛି। ସେମାନଙ୍କୁ ଶୋଷଣ କରାଯାଇଛି। କିନ୍ତୁ ଆମ ସରକାରରେ, ଚାଷୀଙ୍କ ସ୍ୱାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ, ସିଧା ଜେଲ୍ ପଠାଯିବ। ତେବେ ଏଇ ମାସ ୨୦ ତାରିଖରୁ ହେବ ଧାନ କିଣା । ୨୦ରୁ ବରଗଡ଼ ଜିଲ୍ଲାରୁ ଧାନ ସଂଗ୍ରହ ହେବା ସହିତ ୨୨ ତାରିଖରେ ସମ୍ବଲପୁର ଓ ପରେ ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହେବ । ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨, ୩୦୦ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସ ୮ ତାରିଖରେ ବରଗଡ଼ର ସୋହେଲାରେ ରାଜ୍ୟ ସ୍ତରୀୟ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । ଡିସେମ୍ବର ୮ ତାରିଖ ଠାରୁ ୨, ୩୦୦ ଟଙ୍କା ସହ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ଜରିଆରେ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *